fbpx

ସଂସଦ ଆକ୍ରମଣ ମାମଲା: ରାଜସ୍ଥାନରୁ ଜବତ ହେଲା ଅଭିଯୁକ୍ତଙ୍କ ଦରପୋଡ଼ା ଫୋନ୍, ତଦନ୍ତରୁ ଜଣା ପଡ଼ିବ ସତ

ନୂଆଦିଲ୍ଲୀ: ସଂସଦରେ ଅନୁପ୍ରବେଶ ମାମଲାର ମୁଖ୍ୟ ଅଭିଯୁକ୍ତ ଲଳିତ ଝାଙ୍କ ଅଭିଯୋଗ ସତ ହୋଇଛି। ଅଭିଯୋଗ କ୍ରମେ ମିଳିଲା ମୋବାଇଲ୍ ଫୋନ୍ ର ଅଂଶ ବିଶେଷ। ଦର ପୋଡ଼ା ମୋବାଇଲକୁ ଉଦ୍ଧାର କରିଛି ପୋଲିସ। ତଦନ୍ତ ପରେ ସାମ୍ନାକୁ ଆସିବ ସତ ! ସେପଟେ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ, କିନ୍ତୁ ଦରପୋଡ଼ା ଅବସ୍ଥାରେ ରହିଛି। ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ପାର୍ଟସ୍ ରାଜସ୍ଥାନରୁ ମିଳିଛି। ଏହି ମୋବାଇଲକୁ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ଲଳିତ ମୋହନ ଝା ନେଇଯାଇଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଝା ଦିଲ୍ଲୀ ଆସିବା ପୂର୍ବରୁ ସମସ୍ତ ୫ଟି ମୋବାଇଲ୍ ଫୋନ୍ ନଷ୍ଟ କରିଦେଇଥିଲେ।

ସେ ତଦନ୍ତକାରୀ ଦଳକୁ ବିଭ୍ରାନ୍ତ କରିବା ଜାରି ରଖିଥିଲେ। ଏବେ ପୋଲିସ ଲଳିତ ଓ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଲୋକେସନ୍ ସମ୍ପର୍କରେ ସେଲ୍ୟୁଲାର କମ୍ପାନିଠାରୁ ତଥ୍ୟ ମାଗିଛି। ସେମାନଙ୍କୁ ତଦନ୍ତ ପାଇଁ ଏଫ୍ ଏସ୍ ଏଲ୍ କୁ ପଠାଯାଉଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ବୋଧହୁଏ ସେମାନଙ୍କ ଠାରୁ କିଛି ତଥ୍ୟ ମିଳିପାରିବ ବୋଲି ପୁଲିସ ଆଶା ରଖିଛି। ସେପଟେ ଏହା ଉପରେ ନୂଆ ତଥ୍ୟ ରଖିଛନ୍ତି ଅଭିଯୁକ୍ତ। ସଂସଦ ବାହାରେ ନିଜ ଦେହରେ ନିଆଁ ଲଗାଇବାକୁ ଯୋଜନା ଥିଲା। କିନ୍ତୁ କୌଣସି କାରଣରୁ ସେମାନେ ତାଙ୍କ ଯୋଜନାରେ ସଫଳ ହୋଇ ପାରିନଥିଲେ।

Get real time updates directly on you device, subscribe now.