fbpx

ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି: ପ୍ରଥମରୁ ବିପର୍ଯ୍ୟୟ ସାମ୍ନା କଲା ଦଳ

ଜୋହାନ୍ସବର୍ଗ: ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଓ୍ୱାନଡେ ସିରିଜ୍ ଆରମ୍ଭ ହୋଇଛି । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ସ୍ଥାନୀୟ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଛି। ତେବେ ଏହି ମ୍ୟାଚରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଛି। କିନ୍ତୁ ପ୍ରଥମରୁ ହିଁ ବିପର୍ଯ୍ୟୟ ସାମ୍ନା କରିଛି ଦଳ। ଆରମ୍ଭରୁ ଦଳ ତା’ର ଦୁଇଟି ମୂଲ୍ୟବାନ ୱିକେଟ ହରାଇଥିବା ଦେଖିବାକୁ ମିଳିଛି ।

ତେବେ ଏହି ସିରିଜରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଛନ୍ତି କେଏଲ ରାହୁଲ। ଟି-୨୦ ସିରିଜ ୧-୧ରେ ଅମୀମାଂସିତ ରହିବା ରହବା ପରେ ଦିନିକିଆ ସିରିଜର ଗୁରୁତ୍ୱ ବଢିଯାଇଛି। ଉଭୟ ଦଳରେ ସମସ୍ତ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି। ଏହି ସିରିଜରେ ରାହୁଲ ଉଭୟ ନେତୃତ୍ୱ ଓ ବ୍ୟାଟିଂରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି।

ଭାରତର ପ୍ଲେଇଙ୍ଗ୍ ଇଲେଭେନରେ କେଏଲ ରାହୁଲ (ଅଧିନାୟକ), ଶ୍ରେୟସ ଆୟର, ତିଲକ ବର୍ମା, ସଞ୍ଜୁ ସାମସନ, ସିଦ୍ଧାର୍ଥ ପଟିଦାର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆବେଶ ଖାନ ଖେଳୁଥିବା ବେଳେ ଦକ୍ଷିଣ ଆଫ୍ରିକାର ପ୍ଲେଇଙ୍ଗ୍ ଇଲେଭେନରେ ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜୋର୍ଜି, ରାସି ଭାନ୍ ଡେର୍ ଡୁସେନ୍, ଏଡେନ୍ ମାର୍କରାମ (ଅଧିନାୟକ), ହେନରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, ଭିଆନ୍ ମଲ୍ଡର୍, ଆଣ୍ଡିଲେ ଫେଲୁକ୍ୱାୟୋ, କେଶବ ମହାରାଜ, ନନ୍ଦ ବର୍ଗର୍, ଲିଜାଦ ୱିଲିୟମ୍ସ ଖେଳିବେ।

Get real time updates directly on you device, subscribe now.