fbpx

(Video) ଦେହରେ ସେଲୋ ଟେପ୍ ଗୁଡ଼ାଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍

କୋରାପୁଟ: ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ପୋଲିସ୍। ଘଟଣାସ୍ଥଳରୁ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଲା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଣ୍ଡଳପଡ଼ା ଗାଁର ଦୁଲହନ୍ ଖାନ୍। ଆନ୍ଧ୍ର ସୀମାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛି ଅଭିଯୁକ୍ତ। ଦୁଲହନ୍ ନିଜ ଦେହରେ ସେଲୋ ଟେପ୍ ଗୁଡ଼ାଇ ଗୋଟିଏ ଜରି ବ୍ୟାଗକୁ ଧରି ରଖିଥିଲା। ଏହା ବ୍ୟତିତ ଆଉ ଗୋଟିଏ ଟ୍ରାଭେଲ ବ୍ୟାଗ ବି ଥିଲା ଆଭିଯୁକ୍ତ ପାଖରେ।  ସେଥିରେ ବି ସେ ଗଞ୍ଜେଇ ‌ଭର୍ତ୍ତି କରି ରଖିଥିଲା। ବଡ଼ଦେବତା ଛକରେ ବାଂଲାଦେଶ ସୀମାନ୍ତ ପଶ୍ଚିମବଙ୍ଗକୁ ଯିବାବେଳେ ଧରିଦେଲା ପୋଲିସ୍। ବସକୁ ଅପେକ୍ଷା କରିଥିବା ବେଳେ ଦୁଲହନ୍ ଖାନକୁ ଧରିଥିଲା ପାଡ଼ୁଆ ପୁଲିସ। ତାର ଦେହରେ ଲାଗିଥିବା ଜରିରୁ ୭ କିଲୋଗ୍ରାମ୍ ଏବଂ ଅବଶିଷ୍ଟ ୨୧ କିଲୋଗ୍ରାମ୍ ଗଞ୍ଜେଇ ଟ୍ରାଭେଲ ବ୍ୟାଗରୁ ଜବତ କରାଯାଇଥିଲା।

ଏହି ମାମଲାର ତଦନ୍ତ କରୁଛନ୍ତି ଏସ୍ ଆଇ ଦୀପକ ବାରିକ। ଏହି ଚଢ଼ଉ ସମୟରେ ଘଟଣାସ୍ଥଳରେ ପାଡ଼ୁଆ ଥାନାଧିକାରୀ ଅଶୋକ ବିଶୋଇ,ଏସଆଇ ବେନିଆ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।  ଗଞ୍ଜେଇ ଚାଲାଣର ଏପରି ନୂଆ ତରିକା ଦେଖି ସମସ୍ତେ ତାଟକା ହୋଇଯାଇଛନ୍ତି। କୌଣସି ଗାଡ଼ି, ଘୋଡ଼ା, କି ବସ୍ତାରେ ନୁହେଁ, ନିଜ ଶାର୍ଟ ତଳେ ଚାଲାଣକାରୀ ଲୁଚାଇଥିଲେ ୭ କେଜି ଗଞ୍ଜେଇ। ପୁଲିସ୍ ଆଖିରୁ ବର୍ତ୍ତିବା ପାଇଁ ଚାଲାଣକାରୀ ବାହାର କରିଛନ୍ତି ନୂଆ ଫଣ୍ଡା। ଗଞ୍ଜେଇ ଯେପରି କିଛି ବି ନ ବାହାରେ ସେଥିପାଇଁ ଦେହ ସହ ଗଞ୍ଜେଇକୁ ସେଲୋଟେପ୍‌ରେ ଗୁଡ଼ା ଦେଇରଖିଛନ୍ତିି। ଆଉ ଡ୍ରେସ୍ ଉପରେ ପୁଣି ଶୀତବସ୍ତ୍ର ପିନ୍ଧିଛନ୍ତି।

Get real time updates directly on you device, subscribe now.