fbpx

ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା: ୧୦ ଜଣ ପୋଲିସ ଆହତ

ଓଡିଶା ଭାସ୍କର: ବର୍ତ୍ତମାନର ଏକ ବଡ଼ ଖବର ଯାହା ଆସି ପହଞ୍ଚିଛି, ଦୁର୍ଘଟଣାରେ ୧୦ ଜଣ ପୋଲିସ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି ବାଙ୍ଗିରିପୋଷି ଘାଟିରେ ଘଟିଛି। ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତି କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ଜଣେ ପୋଲିସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଭ୍ୟାନ୍ ଯୋଗେ ୨୦ ଜଣ ପୋଲିସ କର୍ମଚାରୀ ଡିୟୁଟି ଯାଉଥିଲେ। ତେବେ କରଞ୍ଜିଆରୁ ବାରିପଦା ଯାଉଥିବା ବେଳେ ବାଙ୍ଗିରିପୋଷି ଘାଟିରେ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ରେକ ଫେଲ ହେବାରୁ ଏକ ଟ୍ରକକୁ ପୋଲିସ ଭ୍ୟାନଟି ପଛ ପଟୁ ପିଟିଥିବା କୁହାଯାଉଛି। ଅନ୍ୟପଟେ ସମ୍ପୂର୍ଣ୍ଣ ତଥ୍ୟ ଠିକ୍ ଭାବେ ମିଳିପାରି ନାହିଁ ।

Get real time updates directly on you device, subscribe now.