fbpx

ଅନ୍ୟ ଧର୍ମର ପୁଅକୁ ପ୍ରେମ କରିବାରୁ ଭଉଣୀର ଗଳା ଚିପି କେନାଲରେ ଫିଙ୍ଗିଦେଲେ ୨ ଭାଇ

ନୂଆଦିଲ୍ଲୀ: ଅନ୍ୟ ଧର୍ମର ପୁଅକୁ ପ୍ରେମ କରିବାରୁ ଭଉଣୀକୁ ଗଳା କାଟି କେନାଲରେ ଫିଙ୍ଗିଦେଲେ ୨ ଭାଇ। ‘NDRF’ର ଟିମ୍‌ ଓ ସ୍ଥାନୀୟ ଲୋକମାନେ କେନାଲ୍‌ରେ ‌ଖୋଜାଖୋଜି ଏବେବି ଜାରି ରହିଛି। ପୋଲିସର ତଦନ୍ତ ଚାଲୁଥିବା ବେଳେ ଘଟଣା ଲୋକଲୋଚନକୁ ଆସିଲା। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ବେଳେ ପୋଲିସ ପାଟ୍ରୋଲ୍‌ ଟିମ୍‌ ମୁରାଦନଗରରେ ଦୁଇଜଣ ଲୋକଙ୍କୁ ଦେଖି କୁଆଡୁ ଆସିଲ ବୋଲି ପଚାରିଲେ। ତାଙ୍କର ଉତ୍ତର ସନ୍ଦେହଜନକ ମନେ ହେବାରୁ ପୁଲିସ କର୍ମଚାରୀମାନେ ସେମାନଙ୍କୁ ଜେରା କଲେ। ସେତେବେଳେ ଜଣାପଡ଼ିଲା ଯେ, ଜଣେ ହେଉଛନ୍ତି ସୁଫିୟାନ୍‌ ଓ ଆରଜଣକ ତାଙ୍କର ସମ୍ପର୍କୀୟ ଭାଇ ମହତାବ। ଗାମୁଛାରେ ଭଉଣୀର ଗଳାକୁ ଭିଡ଼ି ମାରି ହତ୍ୟା କରିବା ପରେ ତା’ର ଶବକୁ ଗାଙ୍ଗନହର କେନାଲ୍‌ରେ ଫିଙ୍ଗି ଦେଇଥିବା କଥା ସେମାନେ ସ୍ୱୀକାର କଲେ।

ତୁରନ୍ତ ପୋଲିସ ଘଟଣାସ୍ଥଳରେ ଖୋଜାଖୋଜି ଆରମ୍ଭ କରିଥିଲା। ସେପଟେ ହାଜତରେ ଥିବା ଦୁଇ ଭାଇ ପୋଲିସକୁ କହିଛନ୍ତି ଯେ, ସେମାନଙ୍କ ଭଉଣୀ ଶିବା ଦିଲ୍ଲୀରେ ଥିବା ଆତ୍ମୀୟଙ୍କ ସହିତ ରହୁଥିଲା। ମୁଫିୟାନ୍‌ଙ୍କ ଘର ଉତ୍ତରାଖଣ୍ଡର ରୂର୍କିରେ ଏବଂ ତାଙ୍କ ମାମୁପୁଅ ଭାଇ ମହତାବଙ୍କ ଘର ମୁଜାଫରନଗରରେ। ଭଉଣୀ ଅନ୍ୟ ଧର୍ମର ଜଣେ ପୁଅକୁ ପ୍ରେମ କରୁଥିବା ଜାଣି ସେମାନେ ବିରୋଧ କରିଥିଲେ। ଶେଷରେ ଭଉଣୀ ଶିବାକୁ ହତ୍ୟା କରି କେନାଲ୍‌ରେ ଫିଙ୍ଗି ଦେଇଥିଲେ। କେନାଲ୍‌ରୁ ଶିବାର ପୋଷାକ, ଚପଲ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା ଉଦ୍ଧାର କରାଯାଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ଶବ ମିଳିନାହିଁ।

Get real time updates directly on you device, subscribe now.