fbpx

ଆଇପିଏଲ-୨୦୨୪ ପାଇଁ ଆଜି ବିଦେଶରେ ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆଜି ହେବ ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ଯେଉଁଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଏହି ଆଇପିଏଲ୍‌ ମିନି ଅକ୍ସନ ଏଥର ଦୁବାଇରେ ହେବାକୁ ଯାଉଛି । ତେବେ ପ୍ରଥର ଥର ପାଇଁ ଅକ୍ସନ ବିଦେଶରେ ହେବାକୁ ଯାଉଛି । ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ । ଏଥିରେ ୨୪୧ ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ ୧୧୯ ପ୍ଲେୟାରଙ୍କ ନାମ ରଖାଯାଇଛି । ଯେଉଁଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି ।

ସୂଚନା ଅନୁଯାୟୀ, ମୋଟ ୩୩୩ରୁ ମାତ୍ର ୭୭ ଖେଳାଳି ହିଁ ବିକ୍ରି ହେବେ। ତେବେ ୩୩୩ ଖେଳାଳିଙ୍କ ମଧ୍ୟରେ ୨୩ ଜଣ ଏପରି ଅଛନ୍ତି । ଯେଉଁମାନଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ରହିଛି । ବାକି ୧୩ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ରହିଛି । ଏହାବ୍ୟତୀତ ଅନ୍ୟ ସବୁ ଖେଳାଳି ୧ କୋଟି, ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ, ୩୦ ଲକ୍ଷ ଏବଂ ୨୦ ଲକ୍ଷ ବେସ୍‌ ପ୍ରାଇସ୍‌ ରହିଛି । ଏହି ନିଲାମ ପ୍ରକ୍ରିୟାକୁ ନେଇ କ୍ରୀଡା ପ୍ରେମୀଙ୍କ ମନରେ ଅନେକ ଆଗ୍ରହ ରହିଛି । କେଉଁ ଖେଳାଳିଙ୍କ ଦାମ କେତେ ଏହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

IPL ୨୦୨୪ ନିଲାମ କେତେବେଳେ ହେବ?

ଆଜି ବା ଡିସେମ୍ବର ୧୯ ରେ ଦୁବାଇରେ ଆଇପିଏଲ୍ ୨୦୨୪ ନିଲାମ ହେବ। ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ (IST) ଅନୁଯାୟୀ ଦୁବାଇରେ ନିଲାମ ପ୍ରକ୍ରିୟା ଅପରାହ୍ନ ୧ଟା ହେବ ବୋଲି ସୂଚନା ରହିଛି । Star Sports 1 HD/SD, Star Sports 2 HD/SD, and Star Sports Hindi 1 HD/SD ଭଳି ପ୍ରମୁଖ ଚ୍ୟାନେଲ ଜରିଆରେ ଆପଣ ଏହି ନିଲାମ ପ୍ରକ୍ରିୟାକୁ ଲାଇଭ ଦେଖି ପାରିବେ।

Get real time updates directly on you device, subscribe now.