fbpx

ଜାତୀୟ ଗଠବନ୍ଧନ କମିଟି ଗଠନ କଲା କଂଗ୍ରେସ; ଅଶୋକ ଗେହଲଟ ଓ ଭୂପେଶ ବଘେଲଙ୍କ ସମେତ ଏହି ନେତାମାନେ ଥିଲେ ଉପସ୍ଥିତ

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଜାତୀୟ ଗଠବନ୍ଧନ କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଏହି ବୈଠକରେ ୫ ଜଣ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଲମାନ ଖୁର୍ସିଦ, ମୁକୁଲ ବାସନିକ ଓ ମୋହନ ପ୍ରକାଶଙ୍କୁ ସାମିଲ କରାଯାଇଛି। ୱାସ୍ନିକଙ୍କୁ କମିଟିର ଆବାହକ କରାଯାଇଛି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ୍ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ଅଶୋକ ଗେହଲଟ ଓ ଭୂପେଶ ବଘେଲଙ୍କୁ କମିଟିରେ ସାମିଲ କରାଯାଇଛି। ଉଭୟ ରାଜ୍ୟରେ କଂଗ୍ରେସ ଶାସନ କରୁଥିଲା। ସେବେଠାରୁ ଉଭୟ ନେତାଙ୍କୁ ଜାତୀୟ ସ୍ତରରେ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ମଙ୍ଗଳବାର ଦିଲ୍ଲୀରେ ବିରୋଧୀ ମେଣ୍ଟ ଇଣ୍ଡିଆର ଏକ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଆସନ ବଣ୍ଟନ ନେଇ ଆଲୋଚନା ହେବାକୁ ଯାଉଛି। ୟୁପି, ପଞ୍ଜାବ, ଦିଲ୍ଲୀ, କେରଳ ଓ ପଶ୍ଚିମବଙ୍ଗରେ ଆସନ ବିଭାଜନ କରିବା ବିରୋଧୀଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏଭଳି ସ୍ଥିତିରେ କଂଗ୍ରେସ ଏକ କମିଟି ଗଠନ କରିଛି। ବୈଠକରେ ୨୭ଟି ଦଳର ନେତା ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ନୀତୀଶ କୁମାର, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଏମକେ ଷ୍ଟାଲିନ, ଶରଦ ପାୱାର, ଅଖିଳେଶ ଯାଦବ ଓ ଜୟନ୍ତ ଚୌଧୁରୀ ରହିଛନ୍ତି।

Get real time updates directly on you device, subscribe now.