fbpx

ମଣିପୁର ହିଂସା ଘଟଣା: ୭ ମାସ ତଳେ ମୃତ୍ୟୁ ବରଣ କରିଥିବା ୮୭ ଜଣଙ୍କ ମୃତଦେହର ହେଲା ଅନ୍ତିମ ସଂସ୍କାର

ଇମ୍ଫାଲ: ବୁଧବାର ଦିନ ଚୁରାଚାନ୍ଦପୁର ଜିଲ୍ଲାର ସେହକେନର ଖୁଗା ଡ୍ୟାମ ନିକଟରେ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ୮୭ ଜଣଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ତୁଇବଙ୍ଗର ପିସ୍ ଗ୍ରାଉଣ୍ଡରେ ମୃତକଙ୍କ ପାଇଁ ଶୋକ ସମାରୋହ ଅନୁଷ୍ଠିତ ହୋଇଛି। ରବିବାର ରାତିରେ ଦୁଇ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଜିଲ୍ଲାରେ ଏବେ ବି ୧୪୪ ଧାରା ଜାରି ରହିଛି। ମୃତଦେହଗୁଡିକ ଗତ ୮ ମାସ ଧରି ମର୍ଟୁରୀରେ ରହିଥିଲା । ୮ ମାସ ପରେ ଖୁଗା ଡ୍ୟାମ ନିକଟରେ କୁକି-ଜୋ ସମ୍ପ୍ରଦାୟର ୮୭ ଟି ମୃତଦେହ ପୋତି ଦିଆଯାଇଛି।

ଗତ ସପ୍ତାହରେ ୮୭ ଟି ମୃତଦେହ ମଧ୍ୟରୁ ୪୧ ଟି ଇମ୍ଫାଲ ଶବଗୃହରୁ ଅଣାଯାଇଥିବା ବେଳେ ୪୬ ଟି ଚୁରାଚାନ୍ଦପୁରରେ ରଖାଯାଇଥିଲା। ଏସ୍ ବଙ୍ଗମିନ୍ଥାଙ୍ଗ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ ଯୁଗ୍ମ କଳାକାର ସଂଘ ପକ୍ଷରୁ ଶୋଭାଯାତ୍ରା ଓ ଶୋକାକୁଳ ପରିବେଷଣ କରାଯାଇଥିଲା। ଏହି ସମାଧି ସ୍ଥଳର ନାମ ‘କୁକି-ହମାର- ମିଜୋ-ଜୋମି ସହିଦ କବରସ୍ଥାନ’ ରଖାଯାଇଛି।

ସୂଚନାଯୋଗ୍ୟ, ଡିସେମ୍ବର ୧୫ ତାରିଖରେ ଏକ କାର୍ଯ୍ୟକ୍ରମରେ ୧୯ ଜଣଙ୍କ ମୃତଦେହ ପୋତି ଦିଆଯାଇଥିଲା। ଦୀର୍ଘ ୮ ମାସର ଅଶାନ୍ତି, ହୃଦୟ ବିଦାରକ ଓ ନିରାଶା ପରେ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଫୈଜାଙ୍ଗ ଗ୍ରାମର ସହିଦ କବରସ୍ଥାନରେ ସାମୂହିକ ଶବ ଦାହ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଗ୍ରାମର ସ୍ୱେଚ୍ଛାସେବୀମାନେ ବନ୍ଧୁକ ସଲାମି ଦେଇ ସମବେଦନା ଜଣାଇଥିଲେ।

Get real time updates directly on you device, subscribe now.