fbpx

ସାଇବର ଠକେଇର ନୂଆ ଉପାୟ: ଫିଙ୍ଗରପ୍ରିଣ୍ଟ କ୍ଲୋନ କରି ଲୋକଙ୍କୁ ଲୁଟୁଛନ୍ତି ଅନଲାଇନ ସ୍କାମର

ଓଡ଼ିଶା ଭାସ୍କର: ସାଇବର ଠକମାନେ ଲୋକମାନଙ୍କୁ ଲଚଟିବା ପାଇଁ ପ୍ରତିିଦିନ ନୂଆ ନୂଆ ଉପାୟ ବାହାର କରିବାରେ ଲାଗିଛନ୍ତି । କେବେ ସ୍ୱାର୍କ ପ୍ରମ ହୋମର ଲୋଭ ଦେଖାଇ ତ’ କେବେ ଅନଲାଇନରେ ଖାଇବା ମଗାଇବା ନେଇ । ତେବେ ର୍ତ୍ତମାନ ଏପରି ଏକ ଉପାୟ ହେଉଛି ଫିଙ୍ଗରପ୍ରିଣ୍ଟ । ତେବେ ଏଥିରେ ସାଇବର ଠକମାନେ ଲୋକଙ୍କର ଫିଙ୍ଗର ପ୍ରିଣ୍ଟ କ୍ଲୋନ କରି ସେମାନଙ୍କ ଆଧାର ନମ୍ବର ବ୍ୟବହାର କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଖାଲି କରିଦେଉଛନ୍ତି ।

ତେବେ ଚଳିତ ବର୍ଷ ବିହାର ପୁଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(SIT) ଗଠନ କରିଥିଲା । ତେବେ ଏହା ପରେ ଦୁଇ ଜଣଙ୍କୁ ଏହି ଦଳ ଦ୍ୱାରା ଗିରପ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେମାନଙ୍କ ପାଖରୁ ୫୧୨ଟି କ୍ଲୋନ ଫିଙ୍ଗରପ୍ରିଣ୍ଟ ଜବତ କରାଯାଇଥିଲା । ତେବେ ଏହି ଫେକ ଫିଙ୍ଗରପ୍ରିଣ୍ଟ ଗୁଡ଼ିକୁ ପ୍ଲାଷ୍ଟିକ ଆଙ୍ଗୁଟି ଉପରେ ପ୍ରସ୍ତୁତ କରାଯାଇଥିଲା । ତେବେ ଏ ନେଇ ଅଧିକ ଯାଞ୍ଚ କରାଯାଇଥିଲା ।
ତେବେ ଏହି ଯାଞ୍ଚରୁ ଜଣା ପଡ଼ିଥିଲା ଯେ ସ୍କାମରମାନେ କମ ଶିକ୍ଷିତ କିମ୍ବା କମ ପାଠ ପଢ଼ିଥିବା କିମ୍ବା ଅଶିକ୍ଷିତ ଲୋକମାନଙ୍କୁ ନିଜର ଟାର୍ଗେଟ କରୁଛନ୍ତି । ଏହା ସହିତ ଯେଉଁମାନେ ଆଧାର ଏନେବଲ୍ଡ ପେମେଣ୍ଟ କରୁଥିବା ଲୋକମାନଙ୍କୁ ମଧ୍ୟ ଏହି ସ୍କାମର ମାନେ ଟାର୍ଗେଟ କରିଥାନ୍ତି ।

ବାସ୍ତବରେ ଏହି ଆଧାର ଏନେବଲ୍ଡ ପେମେଣ୍ଟ ପ୍ରକ୍ରିୟା ଚଳିତ ବର୍ଷ ଆରମ୍ଭ ହୋଇଥିଲା । ତେବେ ଯେଉଁ ଅଞ୍ଚଳରେ ଲୋକମାନଙ୍କ ପାଖେ ବ୍ୟାଙ୍କ କିମ୍ବା ଏଟିଏମ ସହଜରେ ଉପଲବ୍ଧ ନାହିଁ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସ୍କାମର ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ।

ସାଇବର ଠକମାନେ ସାଧାରଣ ଲୋକମାନଙ୍କର ଫିଙ୍ଗରପ୍ରିଣ୍ଟକୁ କ୍ଳୋନ ନେବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ଉପାୟ ପ୍ରୟୋଗ କରଥିବା ଦେଖିବାକୁ ମିଳିଛି । ତେବେ ଠକମାନେ ଗାଁ ଲୋକମାନଙ୍କ ପାଖକୁ ଯାଇ ଇନଷ୍ଟାଣ୍ଟ ଲୋନ କିମ୍ବା ରାଶନ କାର୍ଡ଼ର ବାହାନା କରି ସେମାନଙ୍କଠାରୁ ଫିଙ୍ଗରପ୍ରିଣ୍ଟ ଆଣୁଥିବା କହିଛନ୍ତି ଜଣେ ଗିରଫ ହୋଇଥିବା ଦୁର୍ବୃତ୍ତ ।

Get real time updates directly on you device, subscribe now.