fbpx

ରେଳ ଧାରଣା ଉଡ଼ାଇଦେଲେ ନକ୍ସଲ: ଅଟକି ରହିଛି ୨୦ଟି ଟ୍ରେନ

ରାଉରକେଲା: ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ନକ୍ସଲଙ୍କ ହିଂସାକାଣ୍ଡ । ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ିଛି । ସ୍ଥାନୀୟ ମନୋହରପୁର ନିକଟ ବିରୁୱାରେ ରେଳ ଧାରଣାକୁ ଉଡ଼ାଇ ଦେଇଛନ୍ତି ନକ୍ସଲ ପନ୍ଥୀ । ଗତକାଲି ବିଳମ୍ବିତ ରାତିରେ ଏମାନେ ରେଳ ଧାରଣାକୁ ଉଡ଼ାଇ ଦେଇଥିବା ଜାଣିବାକୁ ମିଳିଛି । ଫଳରେ ଆଜି ଟ୍ରେନଗୁଡ଼ିକ ଚଳାଚଳ ପ୍ରଭାବିତ ହୋଇଛି । ଏହି ରୁଟ୍ ଦେଇ ଯାଉଥିବା ପ୍ରାୟ ୨୦ରୁ ଅଧିକ ଟ୍ରେନ ଅଟକି ରହିଥିବା ସୂଚନା ମିଳିଛି । ତେବେ ଆଜି ନକ୍ସଲମାନଙ୍କ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.