fbpx

ଆଜି ବି ମନେ ପଡ଼େ ରାମାନୁଜନଙ୍କ ଅତୁଳନୀୟ ଅବଦାନ

ଓଡ଼ିଶା ଭାସ୍କର: ଆଜି ହେଉଛି ଜାତୀୟ ଗଣିତ ଦିବସ । ଗଣିତ ପ୍ରତି ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଉଛି । ଡିସେମ୍ବର ୨୨, ୧୮୮୭ ମସିହାରେ ଦକ୍ଷିଣ ଭାରତର କୋେଏମ୍ବାଟୋର ଇରୋଡ ଗ୍ରାମରେ ରାମାନୁଜନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ଗଣିତର ଜାଦୁଗର ମଧ୍ୟ କୁହାଯାଉଥିଲା । ମାଦ୍ରାସ ୟୁନିଭର୍ସିଟି ତରଫରୁ ତାଙ୍କୁ ସ୍କଲାରଶିପ୍ ପ୍ରଦାନ କରାଯାଇଥିଲା । କିନ୍ତୁ ଗଣିତ ଉପରେ ତାଙ୍କର ଅଧିକ ଫୋକସ ଥିବା କାରଣରୁ ସେ ଇଂରାଜୀରେ ଫେଲ୍ ହୋଇଥିଲେ । ଏଥିପାଇଁ ୧୯୦୪ ମସିହାରେ ତାଙ୍କର ସ୍କଲାରଶିପ୍ ବନ୍ଦ କରି ଦିଆଯାଇଥିଲା ।

ରାମାନୁଜନ ଗଣିତ ଦୁନିଆକୁ ‘ପାଇ’ର ଅସୀମିତ ସିରିଜ, ଗେମ୍ ଥିଓରୀ, ରାମାନୁଜନ ନମ୍ବର, ରମନ ସିରିଜ୍‌, ଥେଟା ଫଙ୍କସନ ଭଳି ପ୍ରାୟ ୧୨୦ଟି ଥିଓରୀ ପ୍ରଦାନ କରିଛନ୍ତି । ଗଣିତ କ୍ଷେତ୍ରରେ ତାଙ୍କର ମତୁଲ୍ୟ ଯୋଗଦାନ ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ତରଫରୁ ନିମନ୍ତ୍ରଣ କରାଯାଇଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜର ରିସର୍ଚ୍ଚ ଫେଲୋ ହେବାରେ ସେ ଥିଲେ ପ୍ରଥମ ଭାରତୀୟ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଗଣିତ କ୍ଷେତ୍ରରେ ପ୍ରତିଭାବାନ ଯୁବ ଗଣିତଜ୍ଞ(୪୫ ବର୍ଷରୁ କମ୍‌)ଙ୍କୁ ପ୍ରତି ବର୍ଷ ରାମାନୁଜନ ପୁରସ୍କାର ପ୍ରଦାନ କରାଯାଏ । ଏହି ପୁରସ୍କାର ଭାରତ ସରକାରଙ୍କ ବିଜ୍ଞାନ ଏବଂ ଟେକ୍ନୋଲୋଜି ବିଭାଗ ତରପରୁ ମିଳିତ ଭାବେ ୨୦୦୫ ମସିହାରୁ ପ୍ରଦାନ କରାଯାଉଛି ।
ମାତ୍ର ୩୧ ବର୍ଷ ବୟସରେ ୨୬ ଏପ୍ରିଲ ୧୯୨୦ରେ ତାମିଲନାଡୁର ତଞ୍ଜାଭୁର ଜିଲ୍ଲାର କୁମ୍ଭକୋଣମ(କୁନ୍ଦଥାଇ) ସ୍ଥାନରେ ତାଙ୍କର ଦେହାନ୍ତ ହୋଇଥିଲା । ଗଣିତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଗବେଷଣା ପାଇଁ ସମଗ୍ର ବିଶ୍ୱରେ ଗଣିତଜ୍ଞମାନଙ୍କ ପାଇଁ ପ୍ରେରଣାର ଉତ୍ସ ।

Get real time updates directly on you device, subscribe now.