fbpx

ପୁଣି ଆଉ ଏକ ଜୀବନ ନେଲା ହଇଜା, ମୃତ୍ୟୁରେ ଲାଗୁନି ବ୍ରେକ

ଓଡିଶା ଭାସ୍କର: ପୁଣି ଆଉ ଏକ ଜୀବନ ନେଲା ହଇଜା। ଜଣକ ପରେ ଜଣେ ଆଖି ବୁଝୁଥିବା ବେଳେ ମୃତ୍ୟୁରେ ଲାଗୁନି ବ୍ରେକ । ତେବେ ଏହି ହଇଜା ସଂକ୍ରମଣ ରାଉରକେଲାରେ ସାମାନ୍ୟ କମିଥିଲେ ବି ସ୍ଥିତି ଉଦ୍‌ବେଗଜନକ ରହିଛି। ଅନ୍ୟପଟେ ଗୁରୁତର ରୋଗୀଙ୍କ ସଂଖ୍ୟା କମୁଥିଲେ ବି ଆଜି ଆଉ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ମୃତକ ଜଣଙ୍କ ରାଉରକେଲା ପାୱାରହାଉସ୍‌ ରୋଡ ଅଞ୍ଚଳର ପଙ୍କଜ ମଣ୍ଡଳ (୪୨)।

ସୂଚନା ଅନୁଯାୟୀ, ସପ୍ତାହେ ତଳେ ପାୱାରହାଉସ୍‌ ଅଞ୍ଚଳର ପଙ୍କଜ ମଣ୍ଡଳ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଗତ ୭ ଦିନ ହେଲା ଚିକିତ୍ସା ଚାଲିଥିଲା। ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପଙ୍କଜଙ୍କ ମୃତ୍ୟୁ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ବେସରକାରୀ ଭାବେ ପଙ୍କଜଙ୍କୁ ମିଶାଇ ରାଉରକେଲାରେ ୧୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାଛଡ଼ା ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.