fbpx

ବ୍ୟକ୍ତିକୁ ଦୀର୍ଘାୟୁ କରିଥାଏ ସକାରାତ୍ମକ ଚିନ୍ତାଧାରା

ଓଡ଼ିଶା ଭାସ୍କର: କଥାରେ ଅଛି ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । ତେଣୁ ଚିନ୍ତାମୁକ୍ତ ଓ ନିରୋଗ ରହିବା ପ୍ରତ୍ୟେକ ବ୍ୟକ୍ତିର ପ୍ରାଥମିକତା ହେବା ଉଚିତ । ଏଥିପାଇଁ ଜୀବନରେ ସକାରାତ୍ମକ ଚିନ୍ତାଧାରା ଆପଣେଇବା ଗୁରୁତ୍ୱପୂର୍ଣ୍ଣ ଅଟେ । ଏକ ଗବେଷଣାରୁ ପ୍ରକାଶ ଯେ ସବୁବେଳେ ଖୁସିରେ ରହିବା ଓ ସକାରାତ୍ମକ ଭାବନା ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଏହା ସହ ସକାରାତ୍ମକ ଚିନ୍ତାଧାରା ଜୀବନରେ ଅନେକ ଭଳ ଭଲ ଜିନିଷକୁ ଆକର୍ଷିତ କରିବା ସହ ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥାଏ । ବ୍ୟକ୍ତି ଅଧିକ ଅତ୍ମବିଶ୍ୱାସୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସକାରାତ୍ମକ ଚିନ୍ତାଧାରା ଜୀବନ ଉପରେ କଣ ପ୍ରଭାବ ପକାଇଥାଏ:

୧. ଚାପ ହ୍ରାସ କରିଥାଏ: ସକାରାତ୍ମକ ଚିନ୍ତାଧାରା ଦ୍ୱାରା ବ୍ୟକ୍ତି ଆଶାବାଦୀ ହେବା ସହ ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରହିଥାଏ । ଏହା ଚିନ୍ତା, ଡିପ୍ରେସନ ଭଳି ଅନେକ ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ ।

୨. ମୋଟିଭେଟେଡ୍ ରଖେ: ସକାରାତ୍ମକ ଚମିନ୍ତାଧାରା ବ୍ୟକ୍ତିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋଟିଭେଟେଡ୍ ରଖିଥାଏ । ବ୍ୟକ୍ତି ଅସଫଳତାରେ ନିରାଶ ହୋଇଯାଇଥିଲେ ପୁଣି ଥରେ ଚେଷ୍ଟା କରିବା ପାଇଁ ପ୍ରେରଣା ଦେଇଥାଏ । ଧୈର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଶିକ୍ଷା ଦେବା ସହ ମନରେ ନୂତନ ଆଶା ସଂଚାର କରିଥାଏ ।

୩. ସମ୍ପର୍କ ମଧୁର କରିଥାଏ: ସକାରାତ୍ମକ ଭାବନା ଦ୍ୱାରା ବ୍ୟକ୍ତିର ନିଜ ପରିବାର, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ଅଫିସ୍ କର୍ମଚାରୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାରେ ସହାୟକ ହୋଇଥାଏ । ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିକୁ ମାନସିକ ଭାବେ ଦୁର୍ବଳ କରିଥାଏ ଯାହା ଚିନ୍ତାର ମୁଖ୍ୟ କାରଣ ଅଟେ । ତେଣୁ ସବୁବେଳେ ସକାରାତ୍ମକ ମାହୋଲରେ ନିଜକୁ ରଖିବା ପାଇଁ ଚେଷ୍ଟା କରନ୍ତୁ ।

୪. ଦୀର୍ଘାୟୁ କରିଥାଏ: ଏକ ଗବେଷଣାରୁ ପ୍ରକାଶ ଯେ ଦୀର୍ଘାୟୁର ମୂଳ ମନ୍ତ୍ର ହେଉଛି ସକାରୋତ୍ମକ ଚିନ୍ତାଧାରା । ଏହା ଦ୍ୱାରା ହର୍ମୋନାଲ ପରିବର୍ତ୍ତନ ହୋଇଥାଏ ଯାହା ଆମକୁ ଚିନ୍ତାମୁକ୍ତ ଓ ଖୁସ୍ ମିଜାଜ୍ ରଖିଥାଏ ।

 

 

 

 

Get real time updates directly on you device, subscribe now.