fbpx

ଲାଫିଂ ବୁଦ୍ଧଙ୍କର ମହତ୍ୱ ବିଷୟରେ କିଛି ଜାଣିଛନ୍ତି କି? କାହିଁକି ଏହି ମୂର୍ତ୍ତିକୁ ସମସ୍ତେ ନିଜ ଘରେ ଆଣିକି ରଖିଥାନ୍ତି?

ଓଡିଶା ଭାସ୍କର: ଆପଣ ମାନେ ପ୍ରାୟ ଅନେକଙ୍କ ଘରେ ଲାଫିଂ ବୁଦ୍ଧ ଥିବାର ଦେଖିବାକୁ ପାଈଥିବେ। ଏମିତିରେ ବି ଆପଣଙ୍କ ଘରେ ମଧ୍ୟ ବହୁ ଆଗରୁ ଏହି ମୂର୍ତ୍ତି ଥିବାର ନିଶ୍ଚୟ ଦେଖିଥିବେ। ତେବେ ବିଶେଷକରି ମେଳା, ମାହୋତ୍ସବରେ ଏହି ମୂର୍ତ୍ତି ବିକ୍ରି ହେଉଥିବା ମଧ୍ୟ ଦେଖିବାକୁ ପାଈଥିବେ । ହେଲେ ଏହି ଲାଫିଂ ବୁଦ୍ଧ ମୂର୍ତ୍ତିର ମହତ୍ୱ ଜାଣିଛନ୍ତି କି? କାହିଁକି ଏହି ମୂର୍ତ୍ତିକୁ ସମସ୍ତେ ନିଜ ଘରେ ଆଣିକି ରଖିଥାନ୍ତି?

ଲାଫିଂ ବୁଦ୍ଧଙ୍କର ଅନେକ ମହତ୍ୱ ରହିଛି। ଆଉ ଏହାର ମହତ୍ୱ ଜାଣିଥିବା ଲୋକେ ନିହାତି ଘରେ ଗୋଟିଏ ମୂର୍ତ୍ତି ରଖିଥାନ୍ତି। ତେବେ ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ ନକାରାତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ। ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ବହୁ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ। ଏଣୁ ଚାଇନିଜ୍‌ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଲାଫିଂ ବୁଦ୍ଧ ରଖିବା ବହୁତ ଲାଭ ଦାୟକ ହୋଇଥାଏ। ବିଶ୍ୱାସ ରହିଛି ଯେ, ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ। ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ ପ୍ରକାରର ହୋଇଥିବା ବେଳେ ଅଲଗା ଅଲଗା ମନୋସ୍କାମନା ପାଇଁ ସବୁ ମୂର୍ତ୍ତିର ନିଜସ୍ୱ ମହତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ଲାଫିଂ ବୁଦ୍ଧ ରଖିଲେ କିପ୍ରକାରର ଲାଭ ହୋଇଥାଏ।

ନିଜର ଦୁଇ ହାତ ଉଠାଇଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମାକୁ ଘରେ ବା ଦୋକନରେ ରଖିଲେ ସଫଳତା ମିଳିଥାଏ। ଏହିଭଳି ଆକାରର ମୂର୍ତ୍ତିକୁ ରଖିଲେ ଟଙ୍କାର କେବେ ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି। ସେହିପରି ଆର୍ଥିକ ସଙ୍ଗଟରେ ଗତି କରୁଥିଲେ ଟଙ୍କା ମୁଣି ହାତରେ ଧରିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଅତି ଶୁଭ ହୋଇଥାଏ। ଏହା ସହ ନିଜ ଜୀବନରୁ ଦୁଭାର୍ଗ୍ୟକୁ ଦୂରେଇବା ପାଇଁ ଘରେ ଓ ଦୋକାନରେ “ଶୋଇଥିବା ଲାଫିଂ ବୁଦ୍ଧ”ଙ୍କ ମୂର୍ତ୍ତୀକୁ ରଖନ୍ତୁ। ଅନ୍ୟପଟେ ଚାଇନିଜ୍‌ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଅନୁସାରେ ପରିବାରରେ ସୁଖ ସମୃଦ୍ଧି ଓ ସଫଳତା ପାଇଁ ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ଘରେ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହିଭଳି ମୂର୍ତ୍ତିକୁ ଘରେ ରଖାଯାଏ। ତେବେ ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ଦୋକାନ ଓ ଅଫିସରେ ଥଳୀ ଧରିଥିବା ଲାଫିଂ ବୁଦ୍ଧଙ୍କୁ ରଖନ୍ତୁ । ଏହାକୁ ରଖିଲେ ନଜର ଲାଗେ ନାହିଁ ବୋଲି ମାନ୍ୟତା ରହିଛି। ଆପଣ ମାନେ ନିହାତି ଦେଖିଥିବେ ଯେ, ଲାଫିଂ ବୁଦ୍ଧଙ୍କୁ କୁଂପି ବା ସଞ୍ଚୟ ଥଳୀ ଭାବେ ବ୍ୟବହାର କରାଯାଇଥାଏ । ଅନ୍ୟପଟେ କାର୍ୟ୍ୟଦକ୍ଷତା ଓ କୌଶଳକୁ ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖାଯାଏ। ତେବେ ହସୁଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତିକୁ ସବୁଠାରୁ ଶୁଭ ମାନାଯାଏ। ଏହାକୁ ଘରର ମୁଖ୍ୟ ରୁମ୍‌ରେ ରଖିବା ଉଚିତ୍‌ ବୋଲି କୁହାଯାଏ।

 

Get real time updates directly on you device, subscribe now.