fbpx

ନୂଆ ବର୍ଷ ଆଗରୁ ପାହାଡ଼ରେ ଆସିଲା ପର୍ଯ୍ୟଟକଙ୍କ ବନ୍ୟା: ଏହି ସ୍ଥାନରେ ସମସ୍ତ ହୋଟେଲ ଏବଂ ଲଜ ହେଲା ହାଉସଫୁଲ

ନୂଆଦିଲ୍ଲୀ: ବଡ଼ଦିନ ଏବଂ ନୂଆବର୍ଷ ପାଇଁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ ପସନ୍ଦ କରିଥାନ୍ତି । ତେବେ ଅନେକ ଲୋକ ଏହି ସମୟରେ ହିଲ ଷ୍ଟେସନ ଯିବାକୁ ବେଶ ପସନ୍ଦ କରନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ସେହି ସ୍ଥାନର ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷକୁ ଉପଭୋଗ ମଧ୍ୟ କରିଥାନ୍ତି । ତେବେ ଭାରତରେ ହମାଚଳ ପ୍ରଦେଶର ସିମଲା ଏକ ବିଶେଷ ପର୍ଯ୍ୟଟନ ସ୍ଥଳୀ । ତେବେ ପ୍ରତ୍ୟେକ ବର୍ଷ ଅନେକ ପର୍ଯ୍ୟଟକ ଏହି ସମୟରେ ଏଠାକୁ ବୁଲିବାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ନୂଆବର୍ଷ ପୂର୍ବରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି । ସିମଲା ଏସପି ରାଜୀବ କୁମାର ଗାନ୍ଧୀ କହିଛନ୍ତି ଯେ ବିଗତ ଦଶ ଦିନ ମଧ୍ୟରେ ସିମଲାରେ ୧,୬୦,୦୦୦ଟି ଗାଡ଼ି ପ୍ରବେଶ କରିଛି । ତେବେ ଏହା ମଧ୍ୟରେ ଅଧିକାଂଶ ପର୍ଯ୍ୟଟକଙ୍କର ରହିଥିବା ସେ ସୂଚନା ଦେଇଛନ୍ତି ।

ଚଣ୍ଡିଗଡ଼ ଏବଂ ଦିଲ୍ଲୀରୁ ସିମଲାରେ ପ୍ରବେଶ କରିବା ପାଇଁ ଗାଡ଼ିମାନେ ଶୋଧି ବ୍ୟାରିୟର ଦେଇ ଯାଇଥାନ୍ତି । ତେବେ ଏହି ରାସ୍ତା ଦେଇ ଆସିଥିବା ଗାଡ଼ିମାନଙ୍କୁ ଦେଖି ଆସନ୍ତା ନୂଆବର୍ଷରେ ପର୍ଯ୍ୟଟକଙ୍କର ସଂଖ୍ୟା ପୁଲିସ ଆକଳନ କରିଛି । ତେବେ ଆଗକୁ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ରାଜଧାନୀରେ ଯାତାୟାତ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।

ଏହି ମାମଲାରେ ଏସପି ସଞ୍ଜୀବ ଗାନ୍ଧୀ କହିଛନ୍ତି ଯେ- “ଆମର କର୍ତ୍ତବ୍ୟ ହେଉଛି ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା । ତେବେ ଆସନ୍ତା ନୂଆ ବର୍ଷକୁ ଆଖି ଆଗରେ ରଖି ଆମେ ମାନେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ସବୁ ସ୍ଥାନରେ ସୁରକ୍ଷେ କର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ମାଷ୍ଟର ସିସିଟିଭି ବ୍ୟବସ୍ଥାକୁ ମଧ୍ୟ ସହରରେ କାର୍ଯ୍ୟକାରୀ କରାଯିବା ସହିତ ଡ୍ରୋନ ମଧ୍ୟ ଭିଡ଼ ଉପରେ ଆକାଶ ମାର୍ଗରୁ ନଜର ରଖିବ ।”

ତେବେ ଯାତାୟାତକୁ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ଏଣ୍ଟ୍ରି ପଏଣ୍ଟରେ ସମସ୍ତ ବାହାନକୁ ୨୦ ରୁ ୩୦ ମିନିଟ ପର୍ଯ୍ୟନ୍ତ ଅଟକ ରଖାଯାଉଛି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ହିଲ ଷ୍ଟେସନରେ ମଧ୍ୟ ପର୍ଯ୍ୟଟକଙ୍କର ଭିଡ଼ ହେବା ଆରମ୍ଭ ହୋଇଯାଇଛି । ନୈନିତାଲ, କୌସାନୀ, ମସୁରୀ, ଧନୌଲ୍ଟି ଏବଂ ଓøଲି ଆଦି ସ୍ଥାନମାନଙ୍କରେ ପର୍ଯ୍ୟଟକମାନଙ୍କୁ ବହୁସଂଖ୍ୟାରେ ଯାଉଥିବା ଦେଖିବାକୁ ମିଳିଛି । ଏପରିକି ସମସ୍ତ ହୋଟେଲ ଏଥିପାଇଁ ଆଗରୁ ବୁକିଂ ମଧ୍ୟ ହୋଇସାରିଛି । ଏଠାରେ ସମସ୍ତ ହୋଟେଲ ଏବଂ ଏଜ ବୁକିଂ ହୋଇସାରିଥିବା ଜଣାପଡ଼ିଛି । ତେବେ ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ଏବଂ ଯାତାୟାତକୁ ସୁଚାରୁ ରୂପେ ତୁଲାଇବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଛି ।

Get real time updates directly on you device, subscribe now.