fbpx

୩ଟି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କର ତାଲିକା ପ୍ରକାଶ କଲା RBI: କେଉଁ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ସବୁଠାରୁ ଅଧିକ ସୁରକ୍ଷିତ

ନୂଆଦିଲ୍ଲୀ: ଦେଶରେ ଅନେକ ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କ ରହିଥିବା ବେଳେ କେଉଁ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଅଧିକ ସୁରକ୍ଷିତ ତାହା ସମସ୍ତେ ଜାଣିବା ଆବଶ୍ୟକ । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୩ ପାଇଁ ଡୋମୋଷ୍ଟିକ ସିଷ୍ଟମେଟିକାଲି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କମାନଙ୍କର ଏକ ଲିଷ୍ଟ ଜାରି କରିଛି । ୩ଟି ବ୍ୟାଙ୍କ ଘରୋଇ କ୍ଷେତ୍ରରେ ଆର୍ଥିକ ବ୍ୟବସ୍ଥା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିଥିବା ଜଣାପଡ଼ିଛି ।

ତେବେ ଦେଶର ଆର୍ଥକ ସ୍ତରରେ ଏହି ସବୁ ବଡ଼ ବ୍ୟାଙ୍କଗୁଡ଼ିକ ଡୁବିବ ନାହିଁ ବୋଲି କୁହାଯାଇଛି । ଗତ ୨୦୧୫ ମସିହା ଅଗଷ୍ଟ ମାସଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ପ୍ରତିବର୍ଷ ଡିସେମ୍ବର ମାସରେ ଆରବିଆଇ ଆର୍ଥିକ ବ୍ୟବସ୍ଥା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କମାନଙ୍କର ତାଲିକା ଜାରି କରି ଆସୁଛି । ଏହି ଲିଷ୍ଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ), ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ ସ୍ଥାନ ପାଇଛନ୍ତି । ପୂର୍ବ ବର୍ଷ ଭଳି ଆଇସିଆଇସିଆଇ ସମାନ ଶ୍ରେଣୀରେ ରହିଥିବା ବେଳେ ଅନ୍ୟ ଦୁଇ ବ୍ୟାଙ୍କ ଉଚ୍ଚ ଶ୍ରେଣୀକୁ ଉଠିଥିବା ଆରବିଆଇ ପକ୍ଷରୁ କୁହାଯାଇଛି ।

ଏସବିଆଇ ବକେଟ ୩ରୁ ବକେଟ ୩କୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଏଚଡିଏଫସି ବ୍ୟାଙ୍କ ବକେଟ ୧ରୁ ବକେଟ ୨କୁ ସ୍ଥାନାନ୍ତରିତ ହୋଇଛି । ୨୦୨୫ ଓ ୨୦୨୬ରେ ଏସବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କକୁ ଘରୋଇ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଭାବେ ଘୋଷଣା କରାଯାଥିଲା । ୨୦୧୭ ମସିହା ମାର୍ଚ୍ଚ ୩୧ ସୁଦ୍ଧା ଡାଟା ସଂଗ୍ରହ କରାଯାଇ ଏହି ତିନୋଟି ବ୍ୟାଙ୍କକୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ଭାବେ ତାଲିକାଭୁକ୍ତ କରାଯାଇଥିଲା । ତେବେ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କଗୁଡ଼ିକରୁ ତଥ୍ୟ ସଂଗ୍ରହ କରାଯାଇ ଅରବିଆଇ ଏହି ଲିଷ୍ଟ ଜାରି କରିଛି ।

Get real time updates directly on you device, subscribe now.