fbpx

ନୂଆ ବର୍ଷରେ ମୋଦୀ ସରକାର ଦେବେ ବଡ ଉପହାର, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଘଟିବ ବଡ ଧରଣର ହ୍ରାସ

ନୂଆଦିଲ୍ଲୀ: ନୂଆବର୍ଷରେ ମୋଦୀ ସରକାର ମହଙ୍ଗା ଅବସ୍ଥାରୁ ଦେଶର ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଡ ଉପହାର ଦେବାକୁ ଯାଉଛନ୍ତି । ସରକାର ପେଟ୍ରୋଲ ଓ ଡିଜେଲ ଦାମ୍‌ରେ ଲିଟର ପ୍ରତି ୧୦ଟଙ୍କା କମ୍ କରିବାକୁ ଯାଉଛନ୍ତି । ସରକାରୀ ସୂତ୍ର ଅନୁଯାୟୀ ଇନ୍ଧନ ମୂଲ୍ୟ ହ୍ରାସ ଲାଗି ଯୋଜନା ପ୍ରସ୍ତୁତ କରିବାକୁ ଗତ କିଛି ଦିନ ତଳେ ପିଏମ୍‌ଓ, ଅର୍ଥ ମନ୍ତ୍ରଣାଳୟ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ବୈଠକକୁ ନେଇ ଚର୍ଚ୍ଚା ହୋଇଥିଲା ।

ବୈଠକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କମ୍ କରିବାକୁ ଅଲଗା ଅଲଗା ଫର୍ମୂଲା ଓ ବିକଳ୍ପ ଉପରେ ଆଲୋଚନା ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ହ୍ରାସ ଦ୍ୱାରା ସରକାରଙ୍କ ରାଜସ୍ୱ ଉପରେ ପଡୁଥିବା ବୋଝକୁ ସରକାର ଓ ତେଲ କମ୍ପାନୀ ମିଳିତ ଭାବରେ ବହନ କରିବେ । ଏଠାରେ ଆପଣଙ୍କୁ ସୂଚାଇ ଦିଅଯାଇପାରେ କି ଗତ ବର୍ଷ ମେ ୨୨ରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଆଇଓସିଏଲ୍‌ର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଆଜି ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଡିଜେଲର ମୂଲ୍ୟ ୮୯.୬୨ ଟଙ୍କା ରହିଛି । ଅନ୍ୟପକ୍ଷରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୬.୩୧ଟଙ୍କା ଓ ଡିଜେଲର ମୂଲ୍ୟ ୯୪.୨୭ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୬.୦୩ ଟଙ୍କା ଓ ଡିଜେଲର ମୂଲ୍ୟ ୯୨.୭୬ ଟଙ୍କା ରହିଛି ।
ଏବେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଗତ ୫୨ ସପ୍ତାହର ନିମ୍ନ ସ୍ତରରେ ରହିଛି । ବିଶ୍ୱ ସ୍ତରରେ କମ୍ ଚାହିଦା କାରଣରୁ ତେଲ ଦର ହ୍ରାସ ଘଟିଛି । ଆଗାମୀ ଦିନରେ ମଧ୍ୟ ଅଶୋଧିତ ତେଲ ଦର କମ୍ ରହିବ ବୋଲି ଅନୁମାନ ଲଗାଯାଇଛି ।

Get real time updates directly on you device, subscribe now.