fbpx

ରାମଲଲାଙ୍କ ମୂର୍ତ୍ତି ଚୟନ ପାଇଁ ଭୋଟିଂ: ଅଯୋଧ୍ୟାରେ କେଉଁ ପ୍ରତିମାରେ ହେବ ପ୍ରାଣ ପ୍ରତିଷ୍ଠା?

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟା ନଗରୀ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାକୁ ଯାଉଛନ୍ତି । ତେବେ ଏହି ଭବ୍ୟ ମନ୍ଦିର ପାଇଁ ରାମଲଲାଙ୍କ ମୂର୍ତ୍ତି ଚୟନକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଟ୍ରଷ୍ଟର ସଦସ୍ୟ ମଧ୍ୟ ସାମିଲ ରହିଛନ୍ତି । ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ କାଗଜରେ ନିଜ ମତ ଲେଖି ଶ୍ରୀରାମଙ୍କ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ମହାସଚିବ ଚମ୍ପତ ରାୟଙ୍କୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁସାରେ, କର୍ଣ୍ଣାଟକ ମୈସୁରର ପ୍ରସିଦ୍ଧ ଶିଳ୍ପକାର ଅରୁଣ ଯୋଗୀରାଜ ନିର୍ମାଣ କରିଥିବା ରାମଲଲାଙ୍କ ମୂର୍ତ୍ତି ଉପରେ ମୋହର ବାଜିଛି । ଏଥିମଧ୍ୟରୁ ଏକ ପ୍ରତିମାଙ୍କୁ ରାମ ମନ୍ଦିରରେ ସ୍ଥାପନ କରାଯିବ । ବୈଠକର ସମସ୍ତ ସଦସ୍ୟ ନିଜ ନିଜ ମତ କାଗଜରେ ଲେଖି ଦେଇ ସାରିଥିବା ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବାଗିରି । ବର୍ତ୍ତମାନ ରାମଲଲାଙ୍କ ପ୍ରତିମାକୁ ନେଇ ମହାସଚିବ ଏବଂ ଅଧ୍ୟକ୍ଷ ଶେଷ ନିର୍ଣ୍ଣୟ ନେଇପାରିବେ । ତେବେ ନିଜ ମତ ସମ୍ପର୍କରେ କୌଣସି ସଦସ୍ୟ ଅନ୍ୟମାନଙ୍କୁ ଜଣାଇନାହାନ୍ତି । ଗୋବିନ୍ଦ ଦେବାଗିରି କହିଛନ୍ତି ଯେ, ବୈଠକରେ ଟ୍ରଷ୍ଟର ପଦାଧିକାରୀ ମୂର୍ତ୍ତି ପାଇଁ ନିଜ ନିଜ ମତ ଦେଇ ସାରିଥିବା ବେଳେ ମହାସଚିବ ଏବଂ ଅଧ୍ୟକ୍ଷଙ୍କ ଦ୍ୱାରା ଶେଷ ନିଷ୍ପତ୍ତି ନିଆଯିବ ।

କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜ ଶିଳ୍ପୀଙ୍କ ପୁଅ ହେଉଛନ୍ତି ଅରୁଣ ଯେଗାରାଜ । ଏହାବ୍ୟତୀତ ଅରୁଣଙ୍କ ପିତା ବିଭିନ୍ନ ମହଲରେ ସୁନ୍ଦର ପ୍ରତିମା ନିର୍ମାଣ କରିବା ପାଇଁ ଖୁବ ପ୍ରସିଦ୍ଧିଲାଭ କରିଛନ୍ତି । ୨୦୦୮ରେ ମୈସୁର ବିଶ୍ୱବିଦ୍ୟାଳୟରୁ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଏମବିଏ ପଢିଛନ୍ତି ଅରୁଣ ଯୋଗୀରାଜ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୩୦ ପୁଟ ଉଚ୍ଚ ଏକ ପ୍ରତିମା ନିର୍ମାଣ କରି ଖୁବ ଚର୍ଚ୍ଚାରେ ରହିଛନ୍ତି କର୍ଣ୍ଣାଟକର ମୂର୍ତ୍ତିକାର ଅରୁଣ । ଏହାକୁ ଇଣ୍ଡିଆ ଗେଟରେ ଅମର ଯବାନ ଜ୍ୟୋତି ସ୍ଥଳ ନିକଟରେ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନେତାଜୀଙ୍କ ଏହି ପ୍ରତିମାକୁ ଦେଖି ଅରୁଣ ଯୋଗୀରାଜଙ୍କୁ ଖୁବ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.