fbpx

Big Breaking: ସବୁଜ ପତାକା ଦେଖାଇ ‘ଅମୃତ ଭାରତ’ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅମୃତ ଭାରତ ଟ୍ରେନର ଆଜି ଶେଷରେ ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନିଜର ଅୟୋଧ୍ୟା ଗସ୍ତ ସମୟରେ ଏହାର ଶୁଭାରମ୍ଭ କରିଛନ୍ତି । ଅୟୋଧ୍ୟା ଷ୍ଟେସନରେ ଏହାକୁ ସବୁଜ ପତାକା ଦେଖାଇ ମୋଦୀ ଏହାର ଆରମ୍ଭ କରିଛନ୍ତି । ତେବେ ୨ଟି ଅମୃତ ଭାରତ ସହିତ ୬ଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଏହିଠାରୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତା ୨୨ ତାରିଖରେ ଅୟୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବାକୁ ଯାଉଥିବା ବେଳେ ଅୟୋଧ୍ୟାରେ ବର୍ତ୍ତମାନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଏଠାକୁ ଗମନାଗମନର ବ୍ୟବସ୍ଥା ମଧ୍ୟ ଜୋର ସୋରରେ ଚାଲିଛି । ଏଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ତିଆରି ହେବା ସହିତ ଆଜି ୨ଟି ଅମୃତ ଭାରତ ଏବଂ ୬ଟି ନୂତନ ବନ୍ଦେ ଭାରତ ଆରମ୍ଭ କରାଯାଇଛି । ତେବେ ଭକ୍ତମାନଙ୍କ ଗମନାଗମନରେ କୌଣସି ଅସୁବିଧା ନହେବା ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ଯୋଗ ସରକାର ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି ।

Get real time updates directly on you device, subscribe now.