fbpx

(Video) ଅଜଗରକୁ କିସ୍ କରୁଥିଲେ ଯୁବକ: ଦେଖନ୍ତୁ, ତା’ପରେ କେମିତି ଭୋଗିଲେ

ଓଡିଶା ଭାସ୍କର; ସାପ ଏଭଳି ଏକ ଜୀବ ଯାହାକୁ ସମସ୍ତେ ଭୟ କରନ୍ତି । ସାପକୁ ଦେଖିବା ମାତ୍ରେ ହିଁ କିଛି ଲୋକଙ୍କର ହୋସ ଉଡିଯାଇଥାଏ । ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଅଜାଗାରୁ ବି ଉଦ୍ଧାର କରିପାରନ୍ତି । ସାପକୁ ଉଦ୍ଧାର କରିବା ପାଇଁ ସେମାନେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥାନ୍ତି, ଯାହା ଦ୍ୱାରା ଅତି ସହଜରେ ସେମାନେ ସାପକୁ ଧରି ପାରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଦୁଃସାହାସିକ ପଦକ୍ଷେପ ନେଇଥାନ୍ତି। ଅର୍ଥାତ ସାପ ଧରି ନଜାଣି ସେମାନଙ୍କ ସହ ମସ୍ତି କରିଥାନ୍ତି। ତେବେ ଏଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯାହା ବେଶ ଭାଇରାଲ ହେବାରେ ଲାଗିଛି।

‘ଦି ରିଅଲ ଟାର୍ଜନ’ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ତାଙ୍କ ଆଇଡି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖାଦେଇଛି ଯେ, ଜଣେ ଯୁବକ ଏକ ବିଶାଳକାୟ ଅଜଗର ସହ ମସ୍ତି କରୁଛନ୍ତି । ଏହା ସହ ଯୁବକଜଣକ ଉକ୍ତ ଅଜଗରର ବେକକୁ ଧରି ନିଜ ମୁହଁ ପାଖକୁ ନେଉଥିଲେ। ମାତ୍ର ତତ୍‌କ୍ଷଣାତ ଅଜଗରଟି ଯାହା କଲା ସେଥିପାଇଁ ଯୁବକଜଣକ ପ୍ରସ୍ତୁତ ନ ଥିଲେ। ଫଳରେ ତାଙ୍କୁ ସାଂଘାତିକ ଝଟକା ଲାଗିଲା।

ଯୁବକଜଣକ ଭିଡିଓ କରିବା ନିଶାରେ ମସ୍ତ ଥିବା ବେଳେ ଅଜଗରଟିକୁ ନିଜ ମୁହଁ ପାଖକୁ ନେଇଥିଲେ। ମାତ୍ର ହଠାତ୍‌ ଅଜଗରଟି ଯୁବକଙ୍କୁ ଜୋରରେ କାମୁଡ଼ି ଦେଇଥିଲା। ଫଳରେ ଯୁବକଜଣକ ଜୋରରେ ଚିତ୍କାର କରିବା ସହ ବହୁ କଷ୍ଟରେ ଅଜଗରକୁ ନିଜଠୁ ଦୂରେଇ ଥିଲେ। ଏହା ପରେ ବି ସାହସ ଛାଡ଼ି ନ ଥିବା ଯୁବକଜଣକ ଅଜଗର ପାଟିରେ ହାତ ପଶାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏବେ ସମ୍ପୃକ୍ତ ଯୁବକଙ୍କ ଅବସ୍ଥା କିପରି ଅଛି ଓ ଏହି ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ପାରିନି। ତେବେ ମାତ୍ର ଏହି ୩୨ ସେକେଣ୍ଡର ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।

 

View this post on Instagram

 

A post shared by Mike Holston (@therealtarzann)

Get real time updates directly on you device, subscribe now.