fbpx

ଏହି ସମୟରେ ହେବ ପ୍ରଭୁ ରାମଙ୍କ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ, ଚମ୍ପତ ରାୟ ଦେଲେ ସୂଚନା

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ-ପ୍ରତିଷ୍ଠାର କାର୍ଯ୍ୟକ୍ରମ ଆଗାମୀ ୨୨ ଜାନୁଆରୀ ୧୨ଟା ୨୦ ମିନିଟରେ ହେବ । ରାମ ମନ୍ଦିରର ନିର୍ମାଣ କରୁଥିବା ସଂସ୍ଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସୋମବାର ଦିନ ଏହି କଥା କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରାଣ-ପ୍ରତିଷ୍ଠା ଦ୍ୱିପ୍ରହର ୧୨ଟା ୨୦ ମିନିଟ ସମୟରେ ହେବ ।

ସେ କହିଛନ୍ତି ଯେ, ପ୍ରାଣ-ପ୍ରତିଷ୍ଠା ପରେ ଆରତୀ କରନ୍ତୁ, ଆଖ ପାଖ ବଜାରରେ, ମହଲାରେ ଭଗବାନଙ୍କ ପ୍ରସାଦ ବିତରଣ କର ଏବଂ ସୂର୍ଯ୍ୟାସ୍ତ ସମୟରେ ଫଶ୍ଚିମ ଦୀପ ଜଳାନ୍ତୁ । ଅଯୋଧ୍ୟାରୁ ସମଗ୍ର ବିଶ୍ୱକୁ ଆହ୍ୱାନ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଏକ ଅନୁରୋଧ କରିଛନ୍ତି ।

୨୨ ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏ ବାବଦରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି।

Get real time updates directly on you device, subscribe now.