fbpx

‘ଜେଲ୍ ଯିବାକୁ ପ୍ରସ୍ତୁତ ରୁହନ୍ତୁ’; କାହିଁକି ଏପରି କହିଲେ ଅରବିନ୍ଦ କେଜ୍ରିୱାଲ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରବିବାର କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି କାର୍ଯ୍ୟ ସମ୍ବନ୍ଧୀୟ ରାଜନୀତି କରିଛି ଏବଂ ଦଳୀୟ କର୍ମୀମାନେ ଜେଲ୍ ଯିବାକୁ ପ୍ରସ୍ତୁତ ରହିବା ଉଚିତ୍। କେଜ୍ରିଓ୍ଵାଲ କହିଛନ୍ତି- ଲୋକଙ୍କ ମଙ୍ଗଳ ପାଇଁ ଆମେ ଯେଉଁ ରାସ୍ତା ବାଛିଛୁ, ସେହି ରାସ୍ତାରେ ଆମେ ଜେଲ୍ ଯିବାକୁ ପ୍ରସ୍ତୁତ ରହିବା ଉଚିତ। ସୂଚନା ଅନୁଯାୟୀ, କେଜ୍ରିୱାଲ ରବିବାର ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଭର୍ଚୁଆଲ୍ ଭାବେ ଉଦ୍ ବୋଧନ ଦେଉଥିଲେ। ଇଡି କେଜ୍ରିୱାଲଙ୍କୁ ପଚରାଉଚରା କରିବ।

ଏ ନେଇ ଇଡି କେଜ୍ରିୱାଲଙ୍କୁ ଅନେକ ଥର ନୋଟିସ ଜାରି କରିଥିଲେ ମଧ୍ୟ କେଜ୍ରିୱାଲ ଏପର୍ଯ୍ୟନ୍ତ ଇଡି ନିକଟରେ ହାଜର ହୋଇନାହାନ୍ତି। ଏବେ ଇଡି କେଜ୍ରିୱାଲଙ୍କୁ ଜାନୁଆରୀ ୩ରେ ହାଜର ହେବାକୁ କହିଛି। ୧୦ ବର୍ଷ ମଧ୍ୟରେ ଆମ୍ ଆଦମୀ ପାର୍ଟି ୧୩୫୦ ଟି ରାଜନୈତିକ ଦଳ ମଧ୍ୟରୁ ତୃତୀୟ ବୃହତ୍ତମ ଦଳ ରେ ପରିଣତ ହୋଇଛି । ଯଦି ଆମେ ସଫଳ ହୋଇନଥାନ୍ତେ କିମ୍ବା କିଛି ଭଲ କାମ କରିନଥାନ୍ତେ, ତେବେ ଆମର କୌଣସି ନେତା ଆଜି ଜେଲରେ ନଥାନ୍ତେ। ସେମାନେ ସମସ୍ତେ ଆଜି ନିଜ ନିଜ ପରିବାର ସହ ଉତ୍ସବ ପାଳନ କରିବେ।

ମୁଁ ଭାବୁଛି ଆମେ ଏକ ସଂଘର୍ଷର ସମ୍ମୁଖୀନ ହେଉଛୁ । କିନ୍ତୁ ନିରାଶ ହେବାର ଆବଶ୍ୟକତା ନାହିଁ। ଆମର ପାଞ୍ଚ ଜଣ ନେତା ଜେଲରେ ଅଛନ୍ତି ଏବଂ ସେମାନେ ହେଉଛନ୍ତି ଆମର ହିରୋ । ଯେଉଁଦିନ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା, ସେ ଦିନ ସେ ମୋତେ ଏକ ମେସେଜ୍ ପଠାଇ କହିଥିଲେ ଯେ ଏଥିରେ କିଛି ଫରକ ପଡ଼େ ନାହିଁ। ଏବଂ ମୁଁ ଯେତେ ଆବଶ୍ୟକ ସେତିକି ଦିନ ଜେଲରେ ରହିବି । ଏହି ପୂରା ମାମଲା ମିଥ୍ୟା ଏବଂ ଆମର ସଂଘର୍ଷ ଜାରି ରହିବ।

Get real time updates directly on you device, subscribe now.