fbpx

(Video) ଓଡ଼ିଶାକୁ ଦେଖାଦେବ ଘୋର୍ ଜଳ ସଂକଟ ! ପାଣି ପାଇଁ ଡହଳ ବିକଳ ହେବେ ରାଜ୍ୟବାସୀ !

ଭୁବନେଶ୍ୱର: ଶୁଖିଯିବ ପାଣି, ଫାଟିଯିବ ମାଟି । ଏମିତିକି ଦେଖାଦେଇପାରେ ମରୁଡି ଭଳି ସମସ୍ୟା । ଆଗକୁ ଓଡିଶାକୁ ମାଡି ଆସୁଛି ଘୋର ବିପଦ । ନିକଟ ଭବିଷ୍ୟତରେ ସମୟ ଏମିତି ଆସିପାରେଯେତେବେଳେ ଲୋକେ ପାଣି ପାଇଁ ଡହଳ ବିକଳ ହେଉତିବେ । କିନ୍ତୁ ମୁନ୍ଦିଏ ପାଣି ପାଇପାରିବେ ନାହିଁ । ଏକଥା ଆମେ ଏତିପାଇଁ କହୁଛୁ କାରଣ ଏବେ ପରିସ୍ଥିତି କିଛି ସେମିତି ହୋଇପଡିଲାଣି । ତାପମାତ୍ରା ୪୫ ଡିଗ୍ରୀ ମୁହାଁହୋଇତିବା ବେଳେ ଅନେକ ନଦୀ ନାଳ ଶୁଖିବାକୁ ବସିଲାଣି । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ଜଳ ସଂକଟର ଉତ୍କଟ ସମସ୍ୟା ଭୋଗୁଛନ୍ତି ଲୋକେ । ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଯାହାକୁ ନେଇ ଏବେ ବଢିଲାଣି ଚିନ୍ତା ।

ରାଜ୍ୟକୁ ବାଦ ଦେଲେ ଦକ୍ଷିଣ ଭାରତର ରାଜ୍ୟରେ ତ ସମସ୍ୟା ପୁରା ସାଂଘାତିକ । ଜଳ ଭଣ୍ଡାରର କ୍ଷମତା ଏବେ ହ୍ରାସ ପାଇଁ ହୋଇଗଲାଣି ୧୭ ପ୍ରତିଶତ । ଦକ୍ଷିଣ ଭାରତରେ ମୋଟ ୪୨ଟି ଜଳାଶୟ ରହିଛି । ଯାହାର ସଂରକ୍ଷଣ କ୍ଷମତା ହେଉଚି ୫୩.୩୩୪ ବିସିଏମ । କିନ୍ତୁ ତାଜା ରିପୋର୍ଟ ହିସାବରେ, ସେସବୁରେ ଏବେ ଥିବା ଜଳ ସଂରକ୍ଷଣ ର କ୍ଷମତା ହେଉଛି ୮.୮୬୫, ଯାହା ମୋଟ କ୍ଷମତାର କେବଳ ୧୭ ପ୍ରତିଶତ । ବର୍ତମାନ ଆସାମ, ଓଡିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଜଳାଶୟରେ ଏବେ ୭.୮୮୯ ବିସିଏମ ପାଣି ରହିଛି, ଯାହା ମୋଟ କ୍ଷମତାର ୩୯ ପ୍ରତିଶତ । ମୋଟ ଉପରେ କହିବାକୁ ଗଲେ ଦିନକୁ ଦିନ ସ୍ଥିତି ଖରାପ ଆଡ଼କୁ ଗତି କରୁଛି ।

କିନ୍ତୁ ଦିନେ ସମୟ ଏମିତି ବି ଆସିବଯେତେବେଳେ ପାଣି ପାଇଁ ଲୋକଙ୍କ ମଧ୍ୟରେ ଦେଖାଯିବ ସଂଘର୍ଷ । ଏସବୁ ପାଇଁ ମଣିଷ ହିଁ ଦାୟୀ । କାରଣ ସମସ୍ତେ ଏବେ ପରିବେଶକୁ ନଷ୍ଟକରିବାକୁ ବସିଛନ୍ତି । ଗଛ ଲଗାଇବା ପରିବର୍ତେ ଗଛ କାଟି ନିର୍ମାଣ କରୁଛନ୍ତି ଉଚ୍ଚ ଉଚ୍ଚ ଅଟାଳିକା । ଆଉ ଗଛ କଟାଯିବା ଫଳରେ ସଠିକ ମାତ୍ରାରେ ବୃଷ୍ଟିପାତ ହେଉନାହିଁ । ପରିଣାମ ସ୍ୱରୂପ ତାପମାତ୍ରା ବଢୁଛି । ଦେଖିବାକୁ ଗଲେ ଏଭଳି ସମସ୍ୟା ପାିଁ କେଉଁଠି ନା କେଉଁଠି ମଣିଷ ହିଁ ଦାୟୀ ।

Get real time updates directly on you device, subscribe now.