fbpx

ଓଡ଼ିଶା FC ନିରାଶ: ISL ଫାଇନାଲରେ ପହଞ୍ଚିଲା ମୋହନ ବାଗାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ ସୁପର ଲିଗ (ଆଇଏସଏଲ) ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଏଫସିକୁ ନିରାଶ ହେବାକୁ ପଡ଼ିଛି । ଆଜି କୋଲକତା ଠାରେ ଆଇଏସଏଲ ପ୍ରଥମ ସେମିଫାଇନାଲର ଦ୍ୱିତୀୟ ଲେଗ (ଚରଣ) ହାଇଭୋଲଟେଜ୍ ମ୍ୟାଚରେ ଓଡ଼ିଶା ୨-୦ ଗୋଲ ବ୍ୟବଧାନରେ ପରାସ୍ତ ହୋଇଛି । ଜାଗରନଟ୍ସ ବିପକ୍ଷରେ ୩-୨ ଏଗ୍ରୀଗେଟ ଗୋଲ ସ୍କୋର କରି ମୋହନ ବାଗାନ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ମାସ ୪ ତାରିଖରେ ମୋହନ ବାଗାନ ଏଫସି ଗୋଆ କିମ୍ବା ମୁମ୍ବାଇ ସିଟି ଏଫସି ସହିତ ଆଇଏସଏଲ ୨୦୨୩-୨୪ ଫାଇନାଲ ଖେଳିବ ।

ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆଇଏସଏଲ ପ୍ରଥମ ଚରଣରେ ଓଡ଼ିଶା ଏଫସି ମୋହନ ବାଗାନକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ଯଦି ଓଡ଼ିଶା ଅତିକମରେ ଅମିମାଂସିତ ରଖିପାରିଥାନ୍ତା ତେବେ ପ୍ରଥମ ଥର ପାଇଁ ଆଇଏସଏଲ ଇତିହାସରେ ଫାଇନାଲ ଖେଳିବାର ସୁଯୋଗ ହାସଲ କରିଥାନ୍ତା । ତେବେ ଓଡ଼ିଶାର ଖେଳାଳିଙ୍କ ଉଚ୍ଚକୋଟୀର ପ୍ରଦର୍ଶନଙ୍କୁ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ଗତ ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା କେରଳ ବ୍ଲାଷ୍ଟର୍ସକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା ।

Get real time updates directly on you device, subscribe now.