fbpx

ଭାରତ ସହ ଏହି ଦେଶରୁ ୭୦,୦୦୦ଲୋକ ନେବ ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଅକ୍ଟୋବର ୭ରେ ହମାସର ଆକ୍ରମଣ ପରେ ଇସ୍ରାଏଲରେ ନିର୍ମାଣ କାମ ପୁରା ଠପ୍ ହୋଇଯାଇଛି । ନିର୍ମାଣ କାର୍ଯ୍ୟକୁ ପୁଣି ଆଗେଇ ନେବା ଲାଗି ଇସ୍ରାଏଲ ଭାରତ ସହ ବିଭିନ୍ନ ଦେଶରୁ ପ୍ରାୟ ୭୦ ହଜାର ଶ୍ରମିକ ମଗାଇବାକୁ ସ୍ଥିର କରିଛି । ଆଜି ଇସ୍ରାଏଲର ଜଣେ ସ୍ଥାନୀୟ ଅଧିକାରୀ ଏ ସଂପର୍କରେ ମତାମତ ରଖିଛନ୍ତି । ଏହି ଅଧିକାରୀ କହିଛନ୍ତି ଏବେ ଇସ୍ରାଏଲରେ ଶ୍ରମିକଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି । ଏହି କାରଣରୁ ଏଠାରେ କୋଠା ନିର୍ମାଣ ସମୟ ବଢିବାରେ ଲାଗିଛି । ୨୦୧୪ରେ ଯେତେବେଳେ ୨୭ ମାସରେ ଗୋଟିଏ କୋଠା ନିର୍ମାଣ ହେଉଥିଲା ଏବେ ସେହି କାମ ଲାଗି ୩୦ରୁ ୩୪ ମାସ ସମୟ ଲାଗୁଛି ।

ଏଣୁ ଦେଶରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରାୟ ୨୦ ହଜାର ଶ୍ରମିକ ବିନା ଦ୍ୱିପାକ୍ଷିକ ବୁଝାମଣାରେ ହିଁ ଅଣାଯିବ । ଯେଉଁ ଦେଶରୁ ଶ୍ରମିକ ଆସିବେ ସେଥିମଧ୍ୟରେ ଚୀନ୍‌, ଭାରତ, ଶ୍ରୀଲଙ୍କା, ମାଳଦୀପ ସାମିଲ ରହିଛି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ହଜାର ଶ୍ରମିକ ଆସିବେ । ଅଧିକାରୀ କହିଛନ୍ତି ୮୦ ହଜାର ପାଲେଷ୍ଟାଇନ ଶ୍ରମିକ ତ ଏଠାକୁ ଆଉ ଆସିବେ ନାହିଁ । କିନ୍ତୁ ଏହାରି ମଧ୍ୟରେ ମନ୍ତ୍ରଣାଳୟ ୧୦ ହଜାର ପାଲେଷ୍ଟାଇନ୍ ଶ୍ରମିକଙ୍କୁ ଇସ୍ରାଏଲ ସହର ବାହାରେ କାମ କରିବାକୁ ସହମତି ଦେଇଛନ୍ତି ।

ଅଧିକାରୀ କହିଛନ୍ତି ଇସ୍ରାଏଲ ସରକାର ଆଗାମୀ ଦିନରେ ବିଦେଶୀ ନିର୍ମାଣ କର୍ମଚାରୀଙ୍କ କୋଟା ୫୦ହଜାରରୁ ବୃଦ୍ଧି କରି ୭୦ହଜାର କରିଦେବେ । ନଭେମ୍ବରରେ ଏହି କୋଟା ୩୦ ହଜାରରୁ ବୃଦ୍ଧି କରି ୫୦ ହଜାର କରାଯାଇଥିଲା । ପ୍ରକୃତ କଥା ହେଉଛି ହମାସ ଯୁଦ୍ଧ ପରେ ୮୦ ହଜାର ପାଲେଷ୍ଟାଇ ନିର୍ମାଣ ଶ୍ରମିକଙ୍କ ଇସ୍ରାଏଲ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଥିଲା । ଏହା ପରଠାରୁ ଏଠିକାର ହାଉସିଂ ସେକ୍ଟରକୁ ଶ୍ରମିକ ଅଭାବ ସଂକଟର ସାମ୍ନା କରିବାକୁ ପଡିଛି ।

Get real time updates directly on you device, subscribe now.