fbpx

ପରିସ୍ରାର ରଙ୍ଗ କାହିଁକି ହଳଦିଆ ହୋଇଥାଏ? ସାମ୍ନାକୁ ଆସିଲା ବୈଜ୍ଞାନିକ ଅଧ୍ୟୟନ ଜନିତ ତଥ୍ୟ

ନୂଆଦିଲ୍ଲୀ: ଆମ ପରିସ୍ରାର ରଙ୍ଗ କାହିଁକି ହଳଦିଆ ହୋଇଥାଏ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ନିଶ୍ଚୟ ଉଙ୍କି ମାରୁଥିବ । ଏବେ ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ପାଇଛନ୍ତି । ନେଚର ମାଇକ୍ରୋଲୋଜିରେ ପ୍ରକାଶିତ ଅଧ୍ୟୟନରେ ମେରୀଲ୍ୟାଣ୍ଡ ୟୁନିଭରସିଟିର ବାୟୋଲଜି ଆଣ୍ଡ ମଲିକ୍ୟୁଲାର ଜେନେଟିକ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବ୍ରେଣ୍ଟେଲ ହଲ ଓ ତାଙ୍କ ଟିମ୍ ଏହାର ଉତ୍ତର ଖୋଜି ବାହାର କରିଛନ୍ତି ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପରିସ୍ରାରେ ବହୁତ ପାଣି,କିଡନୀ ଓ ରକ୍ତରୁ ଛଣା ଯାଇଥିବା ବର୍ଜ୍ୟ ମିଶି ରହିଥାଏ । ଏଥିରେ ଲାଲ ରକ୍ତ କୋଷିକା ରହିଥାଏ ଯାହା ମୃତ ଅଟନ୍ତି । ଏହି କୋଷିକା ହିମୋଗ୍ଲୋବିନ ଜରିଆରେ ରକ୍ତରେ ଅମ୍ଳଜାନ ନେବା ଆଣିବା କାମ କରିଥାନ୍ତି । ଏହି ଲାଲ କୋଷିକା ହିମ ନାମକ ପଦାର୍ଥ ସୃଷ୍ଟି କରିଥାନ୍ତି । ଯେତେବେଳେ ଏହି ଲାଲ କୋଷିକା ମୃତ ହୋଇଯାଆନ୍ତି ସେତେବେଳେ ସେମାନଙ୍କ ହିମରେ ଏପରି ବିଘଟନ ପ୍ରକ୍ରିୟା ସଂଘଟିତ ହୋଇଥାଏ ଯାହା ଦ୍ୱାରା ପରିସ୍ରା ହଳଦିଆ ହୋଇଥାଏ । ବୈଜ୍ଞାନିକ କହିଛନ୍ତି ୬ମାସର ଜୀବନ ପରେ ଲାଲ ରକ୍ତ କୋଷିକା ମରି ଯାଇଥାଏ ଓ ସେଥିରୁ ଏକ ପଦାର୍ଥ ସୃଷ୍ଟି ହୋଇଥାଏ ଯାହାକୁ ବିଲିରୁବିନ କୁହାଯାଏ । ପେଟରେ ଥିବା ସୂକ୍ଷ୍ମ ଜୀବ ବିଲିରୁବିନକୁ ଏପରି ଅଣୁରେ ପରିବର୍ତ୍ତିତ କରି ଦିଅନ୍ତି ଯାହା ଅମ୍ଳଜାନ ଉପସ୍ଥିତିରେ ହଳଦୀ ରଙ୍ଗ ହୋଇଯାଏ । ଏହି ଅଣୁକୁ ୟୁରୋବିଲିନ କୁହାଯାଏ ।

ଏ ସଂପର୍କରେ ଅଧ୍ୟୟନ କରିଥିବା ବୈଜ୍ଞାନିକମାନେ କହିଛନ୍ତି ସୂକ୍ଷ୍ମଜୀବ ବିଷୟରେ ଅଧ୍ୟୟନ କରିବା ବହୁତ ମୁସ୍କିଲ । ଏହି କାରଣରୁ ଏହାର କାରଣ ଜାଣିବାରେ ଏତେ ଅଧିକ ସମୟ ଲାଗିଯାଇଥିଲା । ଏହା ବ୍ୟତିତ ପେଟରେ ଏପରି ବହୁ ଏନଜାଇମ୍ ବିନା ଅମ୍ଳଜାନରେ ସୃଷ୍ଟି ହୋଇଥାଏ । ତେଣୁ ପ୍ରୟୋଗଶାଳାରେ ଏହା ସୃଷ୍ଟି କରିବା ବହୁତ ମୁସ୍କିଲ ଥିଲା ।

Get real time updates directly on you device, subscribe now.