fbpx

୫୮ ବର୍ଷ ପୁରୁଣା ଘରୁ ମିଳିଲା ରୂପାର ସୁଟକେସ୍‌, ଖୋଲିଲା ପରେ ଭୟରେ କମ୍ପିଲେ ଘର ମାଲିକ

ନୂଆଦିଲ୍ଲୀ: ପ୍ରାୟ ସମୟରେ ଆପଣଙ୍କୁ ଘରର ମରାମତି ସମୟରେ ଏପରି କିଛି ମିଳିଥାଏ ଯାହା ତାଙ୍କର ପୁରା ଜୀବନକୁ ହିଁ ବଦଳାଇ ଦେଇଥାଏ । ଏପରି ଏକ ମାମଲା ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଦମ୍ପତିକୁ ନିଜ ଘରୁ ଏପରି କିଛି ଜିନିଷ ମିଳିଛି ଯାହା ବହୁତ ରହସ୍ୟମୟ ଓ ଭୟର କାରଣ ପାଲଟିଛି । ବ୍ରିଟେନରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି ।
ଏଠାରେ ଏକ ଦମ୍ପତି ନିଜ ଘରକୁ ପୁନଃନିର୍ମାଣ କରୁଥିବା ସମୟରେ ତାଙ୍କୁ ଘରର କାନ୍ଥ ମଧ୍ୟରୁ ଏକ ପୁରୁଣା ସୁଟକେଶ୍ ମିଳିଥିଲା । କିନ୍ତ୍‌ୁ ଯେତେବେଳେ ସୁଟକେଶ୍ ଖୋଲି ଯାଇଥିଲା ସେତେବେଳେ ଦମ୍ପତି ଭୟରେ ଥରିବାକୁ ଲାଗିଥିଲେ ।

ଏହି ଦମ୍ପତି ନିଜର ଏହି ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଦମ୍ପତିଙ୍କ କହିବା ଅନୁସାରେ ସେମାନେ ୧୯୬୬ରେ ନିର୍ମିତ ଏକ ଘରକୁ କିଣିଥିଲେ । କିନ୍ତୁ ଯେତେବେଳେ ସେମାନେ ନିଜ ପୁରୁଣା ଘରର ମରାମତି କାମ ଆରମ୍ଭ କରିଥିଲେ ସେତେବେଳେ ସେମାନଙ୍କୁ ଏକ ଗଳି ବାଟ ନଜର ଆସିଥିଲା । ଏଥିରେ ଭିତରକୁ ଯିବା ଲାଗି ଦୁଇଟି ଦ୍ୱାର ଓ ଏକ ପରଦା ଥିଲା । ମହିଳାଙ୍କୁ ମନେ ହେଲା ତାହା ଏକ ଷ୍ଟୋର ରୁମ୍ ଯାହାର ଗୋଟିଏ ପଟ ବନ୍ଦ ଥିଲା । ସେ ଏକ ଟର୍ଚ୍ଚ ମାରି ଯେତେବେଳେ ତାହା ଭିତରକୁ ଚାହିଁଥିଲେ ରୂପାର ଏକ ସୁଟକେଶ୍ ତାଙ୍କ ନଜରରେ ପଡିଥିଲା । ତେବେ ସେଠାରୁ କୌଣସି ପ୍ରକାର ଗନ୍ଧ ଆସୁ ନ ଥିବାରୁ ସେ ଜାଣି ନେଇଥିଲେ କି ଏହା କୌଣସି ମୃତଦେହ ନୁହେଁ ।

ଏହାପରେ ସେ ସୁଟକେଶକୁ ସେଠାରୁ ଟାଣି ଟାଣି ଆଣିଥିଲେ ଓ ଖୋଲିଥିଲେ । ତାହା ମଧ୍ୟରେ କିଛି ମିଠା ଓ ଆଉ ଏକ ଛୋଟ ସୁଟକେଶ୍ ଥିଲା । ଏହାପରେ ଦମ୍ପତି ସେହି ଛୋଟ ସୁଟକେଶକୁ ଖୋଲିଥିଲେ ଓ ଏହା ମଧ୍ୟରେ ଏକ ଭୟଙ୍କର କଣ୍ଢେଇ ଥିବାର ଦେଖିବାକୁ ପାଇଥିଲେ । ଏହା ପୁରା କୌଣସି ହରର ଫିଲ୍ମର ଦୃଶ୍ୟ ପରି ଥିଲା । କଣ୍ଢେଇର ଚେହେରା ଭୟଭୀତ କରିଦେବା ପରି ଥିଲା । ଦମ୍ପତି କହିଛନ୍ତି ଏହି କଣ୍ଢେଇଟି ବନ୍ଧା ହୋଇଥିଲା । ବାକ୍ସଟିକୁ ଖୋଲିବା ପରେ ତାଙ୍କ ପୋଷା କୁକୁର ଭୟଭୀତ ହୋଇପଡିଥିଲା ବୋଲି ସେ କହିଛନ୍ତି । ଏହାକୁ ଦମ୍ପତି ସୋସିଆଲ ମିଡିଆରେ ସେୟାର କରିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିବାରେ ଲାଗିଛି । କେହି କେହି ଏହା କଳା ଯାଦୁ ବୋଲି କହିଛନ୍ତି । ବହୁ ୟୁଜର ଦମ୍ପତିଙ୍କୁ ଘର ବିକ୍ରୀ କରିଦେବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.