fbpx

ଲାକ୍ଷାଦ୍ୱୀପର ଲୁଣି ଜଳ ମଧୁର ଜଳରେ ପରିବର୍ତ୍ତିତ ହେବ: ଆରମ୍ଭ ହେବ ‘Desalination’ ପ୍ରୋଜେକ୍ଟ, ଇସ୍ରାଏଲର ବଡ଼ ଘୋଷଣା ପରେ ବଢ଼ିବ ପର୍ଯ୍ୟଟକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମାଲଦୀପର ମନ୍ତ୍ରୀ ଅପମାନଜନକ ଟିପ୍ପଣୀ ଦେବାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ମାଲଦୀପ ସରକାର ୩ ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ କରିବା ସହ ଏହା ସେମାନଙ୍କର ବ୍ୟକ୍ତିଗତ ବୟାନ ଥିଲା ବୋଲି ସ୍ପଷ୍ଟ କରିଥିଲେ । ତେବେ ଏହା ମଧ୍ୟରେ ଭାରତର ପୁରୁଣା ବନ୍ଧୁ ଇସ୍ରାଏଲ ଏକ ବଡ଼ ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ଏହି ବିବାଦ ମଧ୍ୟରେ ଇସ୍ରାଏଲ ଲାକ୍ଷାଦ୍ୱୀପର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସହିତ ଏକ ବଡ଼ ଘୋଷଣା କରିଛି । ଆସନ୍ତକାଲି ଠାରୁ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମୁଦ୍ର ପାଣି ପରିଷ୍କାର କରିବା ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଭାରତରେ ଥିବା ଇସ୍ରାଏଲ ଦୂତାବାସ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ କିଛି ଫଟୋ ଶେୟାର କରାଯାଇଛି । ଡିଲେଲିନେସନ ପ୍ରୋଜେକ୍ଟର ଶୁଭାରମ୍ଭ ନେଇ ଭାରତ ସରକାରଙ୍କ ଅନୁରୋଧ ରକ୍ଷା କରି ଇସ୍ରାଏଲ ପକ୍ଷରୁ ଗତ ବର୍ଷ ଲାକ୍ଷାଦ୍ୱୀପ ଗସ୍ତ କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ ପାଇଁ ଇସ୍ରାଏଲ ପ୍ରସ୍ତୁତ ଥିବା କୁହାଯାଇଛି ।

ଲାକ୍ଷାଦ୍ୱୀପ ଏକ ଦ୍ୱୀପ ହୋଇଥିବା ବେଳେ ସେଠାରେ ମଧୁର ଜଳ ସମସ୍ୟା ରହିଛି । ସମୁଦ୍ରର ଲୁଣି ଜଳକୁ ମଧୁର ଜଳରେ ପରିବର୍ତ୍ତନ କରିବା ପାଇଁ ଇସ୍ରାଏଲ ନିକଟରେ ଟେକନିକ ରହିଛି, ତାହାକୁ ‘ଡିସେଲିନେସନ’ କୁହାଯାଏ । ଏହି ଟେକନିକ ମାଧ୍ୟମରେ ପାଣିରେ ରହିଥିବା ଖଣିଜ ଓ ଅନ୍ୟ ଅଶୁଦ୍ଧ ପଦାର୍ଥକୁ ଅଲଗା କରି ତାହାକୁ ପିଇବା ଯୋଗ୍ୟ କରାଯିବ । ଇସ୍ରାଏଲ ମଧ୍ୟ ସମୁଦ୍ର ଘେରାରେ ରହିଥିବା ବେଳେ ଏହି ଟେକନିକର ପ୍ରୟୋଗ କରାଯାଇ ସେଠାରେ ମିଠା ପାଣିର ଆବଶ୍ୟକତାକୁ ପୂରଣ କରାଯାଇ ପାରୁଛି । ତେଣୁ ଲାକ୍ଷାଦ୍ୱୀପର ପର୍ଯ୍ୟଟନ କ୍ଷେତ୍ରର ବୃଦ୍ଧି ଦିଗରେ ଡିସେଲିନେଶନ ଟେକନିକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସାବିତ ହୋଇପାରିବ ।

Get real time updates directly on you device, subscribe now.