fbpx

SBI PO ଇଣ୍ଟରଭ୍ୟୁ ତାରିଖ ଘୋଷଣା: ୨୦୦୦ ପଦରେ ଦିଆଯିବ ନିଯୁକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଶିଡ୍ୟୁଲ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ସହିତ ସେନେଇ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ପ୍ରୋବେସନାରୀ ଅଫିସର (ପିଓ) ପଦରେ ଭର୍ତ୍ତି ପାଇଁ ଇଣ୍ଟରଭ୍ୟୁ ତାରିଖ ଘୋଷଣା କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଏସବିଆଇ ପିଓ ମୁଖ୍ୟ ପରୀକ୍ଷାରେ ସଫଳତା ହାସଲ କରିଥିଲେ ଏବେ ସେମାନେ ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ସାମିଲ ହେବେ ।

ମୁଖ୍ୟ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ ୱେବସାଇଟ୍ sbi.co.inକୁ ଯାଇ ଜାରି ହୋଇଥିବା ଶିଡ୍ୟୁଲ ଚେକ୍ କରିପାରିବେ । ଜାନୁଆରୀ ମାସ ୨୧ ତାରିଖରେ ଗ୍ରୁପ ଡିକକସନ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତେବେ ଏହି ଶିଡ୍ୟୁଲରେ କିଛି ପରିବର୍ତ୍ତନ କରାଯାଇପାରେ । ବ୍ୟକ୍ତିତ୍ୱ ପ୍ରୋଫାଇଲିଂ ପାଇଁ ମୁଖ୍ୟ ପରୀକ୍ଷା ପରେ ଶର୍ଟ ଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କର ସାଇକେମେଟ୍ରିକ ଟେଷ୍ଟ କରାଯିବ ।

ଅନ୍ତିମ ଯୋଗ୍ୟତା ପର୍ଯ୍ୟାୟ ସୂଚୀ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ପରୀକ୍ଷା, ବସ୍ତୁନିଷ୍ଠ ପରୀକ୍ଷା ଓ ବର୍ଣ୍ଣନାତ୍ମକ ଦୁଇଟି ଯାକ ପରୀକ୍ଷାର ପ୍ରାପ୍ତ ଅଙ୍କକୁ ହିସାବକୁ ନିଆଯିବ । ଅନ୍ତିମ ମେରିଟ ଲିଷ୍ଟ ପ୍ରସ୍ତୁତ ପାଇଁ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳକୁ ସାମିଲ କରାଯିବ ନାହିଁ । ଗତ ମାସ ୫ ତାରିଖରେ ସାରା ଦେଶରେ ମୁଖ୍ୟ ପରୀକ୍ଷା ଆୟୋଜିତ କରାଯାଇଥିଲା । ନଭେମ୍ବର ମାସ ୧, ୪ ଓ ୬ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ହୋଇ ନଭେମ୍ବର ୨୧ରେ ଫଳାଫଳ ଘୋଷିତ ହୋଇଥିଲା । ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ସାକ୍ଷାତକାରରେ ସାମିଲ ହେବେ ।

Get real time updates directly on you device, subscribe now.