fbpx

ମାତ୍ର ୧୦ ହଜାର ଟଙ୍କାରେ ଦମଦାର OnePlus Smartphone, ଯେଉଁଥିରେ ରହିଛି ଅନେକ ସାରା ଫିଚର

ଓଡିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତେ ଚାହୁଁଛନ୍ତି ଅଳ୍ପ ଟଙ୍କାରେ କେମିତି ଗୋଟିଏ ଭଲ ଫିଚର ଥିବା ସ୍ମାର୍ଟଫୋନ୍‌ ମିଳୁ। ଫଳରେ ଧନୀରୁ ଗରିବ ଯାଏଁ ସମସ୍ତେ ଏହି ଫୋନକୁ କିଣିବାରେ ସକ୍ଷମ ହେବେ। ଏହାକୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍‌ ଦୁନିଆରେ ଏକ ଦମଦାର ସ୍ମାର୍ଟଫୋନ୍‌ ଆଣିଛି OnePlus । ଯାହା ମାତ୍ର ୯୯୯୯ ଟଙ୍କାରେ ଏବେ ବଜାରକୁ ଆସିଛି। ଆଉ ଏଥିରେ ରହିଛି ଅନେକ ସାରା ଫିଚର। କହିବାକୁ ଗଲେ, ଆଇଫୋନ୍‌ ଭଳି ଏବେ ଜଲୱା ଦେଖାଇଛି ୱାନ୍‌ପ୍ଲସ ସ୍ମାର୍ଟଫୋନ୍‌ ।

Oneplus: OnePlus Nord CE 3 Lite to launch soon: Here what the smartphone  may offer - Times of India

ଏହି OnePlus Smartphoneରେ କ’ଣ ସବୁ ଉପଲବ୍ଧ ରହିଛି?

୬.୭୨ ଇଞ୍ଚ୍‌ର ଏଚ୍‌ଡି ଡିସ୍‌ପ୍ଲେ’ ସହ ଏଥିରେ ୫ ହଜାର mAh ବ୍ୟାଟେରୀ ବ୍ୟାକଅପ୍‌ ରହିଛି । OnePlus Nord CE 3 Liteରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌ ମିଳୁଛି । ଏହାର ପ୍ରାଇମେରୀ କ୍ୟାମେରା ୧୦୮ ମେଗାପିକ୍ସେଲ ରହିଥିବା ବେଳେ ହାଇ ରିଜୋଲ୍ୟୁସନ ୧୬ ମେଗାପିକ୍ସେଲର ଫ୍ରଣ୍ଟ୍‌ କ୍ୟାମେରା ସହ ଉପଲବ୍ଧ। ସେହିପରି ଏଥିରେ 5G କନେକ୍ଟିଭିଟି ସହ ଟାଇପ ସି ପୋର୍ଟ ଫାଷ୍ଟ ଚାର୍ଜିଂ ଫାସିଲିଟି ମଧ୍ୟ ଉପଲବ୍ଧ ରହିଛି। ଅନ୍ୟପଟେ କର୍ଣ୍ଣିଂ ଗରିଲା ଗ୍ଲାସ ସହ ସ୍ନାପ ଡ୍ରାଗନ ୬୯୫ 5G ପ୍ରୋସେସର ରହିଛି। ଫଳରେ ଇଣ୍ଟରନେଟ୍‌ ଏହି ଫୋନ୍‌ରେ ହାଇସ୍ପିଡ୍‌ ରହିବ। ଦୁଇଟି କଲର ଭାରିଆଣ୍ଟ୍‌ରେ ଏହି ଫୋନ୍‌ ଉପଲବ୍ଧ । ଗୋଟିଏ ପେଷ୍ଟାଲ ଲାଇଟ୍‌ ଓ ଅନ୍ୟଟି କ୍ରୋମେଟିକ୍‌ କଲରରେ ବର୍ତ୍ତମାନ ଉପଲବ୍ଧ ହୋଇଛି। ଯାହା ଦେଖିବା ପାଇଁ ଭାରି ସୁନ୍ଦର ହୋଇଛି।

OnePlus Nord CE 3 Lite 5G | OnePlus India

Get real time updates directly on you device, subscribe now.