fbpx

ରାଜାରାଣୀ ବସ୍ତିର ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ‘ଆଶ୍ରା’ର ଉଦ୍ୟମ ଅନସ୍ୱୀକାର୍ଯ୍ୟ: ମନ୍ଦାକିନୀ କର

ଭୁବନେଶ୍ଵର: ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଚତୁର୍ଥ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଆଶ୍ରା ଫାଉଣ୍ଡେସନ ପକ୍ଷରୁ ରେଡ଼କ୍ରସ ଭବନଠାରେ ତୃତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ହାଇଦ୍ରାବାଦର US CONSULATE Advisor‌ ସଲିଲ କଦର, ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଏବଂ ସ୍ନେହା ଫାଉଣ୍ଡେସନର ମୁଖ୍ୟ ଡାକ୍ତର ତାପ୍ତି ପଣ୍ଡା ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସନ୍ତୋଷ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

ଆଶ୍ରା ତରଫରୁ ସ୍ଥାନୀୟ ଗ୍ୟାରେଜ ଛକ ନିକଟସ୍ଥ ରାଜାରାଣୀ ବସ୍ତିରେ ନିରନ୍ତର ଭାବେ ହେଉଥିବା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକୁ ନେଇ ଅତିଥିମାନେ ପ୍ରଶଂସା କରିଥିଲେ । ସଭା ଆରମ୍ଭରୁ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବସ୍ତିରେ ହେଉଥିବା ବିଭିନ୍ନ କାର୍ଯ୍ୟକୁ ନେଇ ଏକ ଛୋଟ ଭିଡିଓ କ୍ଲିପ୍ ଦର୍ଶାଯାଇଥିଲା। ଏହି ଭିଡିଓରେ ବସ୍ତିରେ ପିଲାମାନଙ୍କ ସହ ଅଭିଭାବକ ଆଶ୍ରାର ପ୍ରଚେଷ୍ଟା ବିଷୟରେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ଭିଡିଓ ଦେଖି ସଭାରେ ଉପସ୍ଥିତ ସମସ୍ତ ଅତିଥି ଭାବେ ବିଭୋର ହୋଇ ଯାଇଥିଲେ ଏବଂ ଆଶ୍ରା ଫାଉଣ୍ଡେସନର ଏହି ମହତ୍ ଉଦ୍ଦେଶ୍ୟ ଓ ଚେଷ୍ଟାକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ମୃତିରେଖା ସାମଲ ମଞ୍ଚ ପରିଚାଳନା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଆଶ୍ରା ଫାଉଣ୍ଡେସନ ରାଜାରାଣୀ ବସ୍ତିରେ ପ୍ରତି ସପ୍ତାହରେ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଓ ସୃଜନାତ୍ମକ ବିକାଶ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରି ଆସୁଛି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଓ ପ୍ରୟାସ ଜାରି ରଖିବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ନିରନ୍ତର ସେବା ଯୋଗାଇ ଏକ ଉଦାହରଣ ପାଲଟିଥିବା ଡ଼ା ଶାଲିନୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗଠନର କୋ-ଫାଉଣ୍ଡର ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଶ୍ରାର ପ୍ରମୁଖ କର୍ମକର୍ତ୍ତା ପପୁ, ବାପୁନ୍, ଶୁଭେନ୍ଦ୍ର, ବିଷ୍ଣୁପ୍ରିୟା, ଆଦିତ୍ୟ, ଦିଲୁ, ଓମ୍, ପ୍ରଦୀପ, ସିତୁନ, ଶଶାଙ୍କ, ସୌରଭ, ଉଜ୍ଜଳ, ସାନୁ, ସୁଦୀପ୍ତ, ଶ୍ରୁତି, ଅନୁରାଗ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Get real time updates directly on you device, subscribe now.