fbpx

ଚୀନ୍‌ରେ ହିନ୍ଦୀରେ କଥା ହେଉଛି ମେସିନ୍‌, ଭାରତୀୟଙ୍କୁ ଦେଖିବା ମାତ୍ରେ ଚିହ୍ନି ଦେଉଛି, X ରେ ଫଟୋ ସେୟାର

ନୂଆଦିଲ୍ଲୀ: ଚୀନ୍‌ରେ ପହଞ୍ଚିଥିବା ଭାରତର ଏକ ଯାତ୍ରୀ ସେତେବେଳେ ଚକିତ ହୋଇଯାଇଥିଲେ ଯେତେବେଳେ ତାଙ୍କୁ କେହି ହିନ୍ଦୀ କହୁଥିବାର ଶୁଣାଯାଇଥିଲା । ଏହାଠାରୁ ଆହୁରି ଅଧିକ ଖାସ୍ ଥିଲା କି ଏହି ହିନ୍ଦୀ ମେସିନର ଭାଷା ୮୦୦୦ କିମି ଠାରୁ ଅଧିକ ଦୂରକୁ ମଧ୍ୟ ଶୁଣାଯାଉଥିଲା । ଏହି ଭାରତୀୟ ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କିଛି ଫଟୋ ସହିତ ନିଜର ଅନୁଭବ ମଧ୍ୟ ସେୟାର କରିଛନ୍ତି । ଚୀନ୍‌ରେ ହିନ୍ଦୀ ଶୁଣି ଭାରତୀୟମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।

ସୋସିଆଲ ମିଡିଆ ୟୁଜର ଶାନ୍ତନୁ ଗୋଏଲ ଜଣେ ଇଂଜିନିୟର । ଚୀନ୍ ଯାତ୍ରା ସମୟରେ କିପରି ସେଠାରେ ସେ ହିନ୍ଦୀ ଶୁଣିବାକୁ ପାଇଥିଲେ ତାହାର ଅନୁଭବ ସେ ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ମୁଁ ଏବେ ଚୀନ୍‌ରେ ପହଞ୍ଚିଲି । ଏଠାରେ ଏକ ମେସିନ୍ ମୋର ଭାରତୀୟ ପାସପୋର୍ଟ ଚିହ୍ନିବା ପରେ ହିନ୍ଦୀରେ କଥା ହୋଇଥିଲା ।
ଯେତେବେଳ ବି ଆମ ମନ ମଧ୍ୟରେ ଚୀନ୍‌ର ଚିତ୍ର ଆସିଥାଏ ସେତେବେଳେ ସୀମା ବିବାଦ କଥା ସାମ୍ନାକୁ ଆସିଥାଏ ।  LAC ବା ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଏବେ ସ୍ଥିତି କିଛି ଭଲ ନାହିଁ । ତେବେ ଏହି ସମସ୍ୟା ମଧ୍ୟରେ ଚୀନ୍ ମାଟିରେ ହିନ୍ଦୀ ଶୁଣାଯିବା ଭାରତୀୟ ଜନତାଙ୍କଜ ମନ ମଧ୍ୟରେ ବହୁ ପ୍ରଶ୍ନ ସୃଷ୍ଟି କରିଛି ।

ଏହି ପୋଷ୍ଟରେ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, କିଛି ଲଜ୍ଜାହୀନ ବ୍ୟକ୍ତି ଭାରତରେ ରହି ବି ହିନ୍ଦୀ କହିବାକୁ କୁଣ୍ଠାବୋଧ କରୁଛନ୍ତି । କିଛି ୟୁଜର ଲେଖିଛନ୍ତି ଥାଇଲାଣ୍ଡ ଓ ସିଙ୍ଗାପୁରରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି । ମାଇଗ୍ରେସନ ସମୟରେ ନିଜ ଦେଶ ନାଁରେ ଚିହ୍ନିତ କରାଯିବା ଓ ସ୍ୱାଗତ କରାଯିବା ବହୁତ ସୁନ୍ଦର ପ୍ରକ୍ରିୟା ଅଟେ ବୋଲି ୟୁଜର କହିଛନ୍ତି ।

Get real time updates directly on you device, subscribe now.