fbpx

ପ୍ରସବ ଯନ୍ତ୍ରଣା କମ୍ କରିବାକୁ ଲଗାତର ୫ ଘଣ୍ଟା ଗୀତ ଗାଇଲେ ମହିଳା, ସ୍ୱାମୀ ବଜାଇଲେ ଗୀତାର

ନୂଆଦିଲ୍ଲୀ: ମା’ ହେବା ମହିଳାଙ୍କ ଲାଗି ଏକ ବହୁତ ସୁନ୍ଦର ଅନୁଭବ । କିନ୍ତୁ ପ୍ରସବ ସମୟ ମହିଳାଙ୍କ ଲାଗି ବହୁତ ଯନ୍ତ୍ରଣାମୟ ହୋଇଥାଏ । ଏହି ସମୟର ଯନ୍ତ୍ରଣାକୁ କେବଳ ଜଣେ ମା’ ହିଁ ବର୍ଣ୍ଣନା କରିପାରିବ । ସିଏଟଲର ବିଫି ହେଲ ନାମକ ମହିଳାଙ୍କ ଅନୁଭବ ପୁରା ଅଲଗା ଥିଲା । ବିଫି ପ୍ରସବ ସମୟରେ ଗୀତ ଗାଇ ଗାଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ସମୟରେ ତାଙ୍କ ସ୍ୱାମୀ ବ୍ରାଣ୍ଡନ ଗିଟାର ବଜାଇ ପତ୍ନୀଙ୍କ ସାହାସ ବଢାଇଥିଲେ । ବ୍ରାଣ୍ଡନ କହିଛନ୍ତି ବିଫିଙ୍କୁ ପ୍ରସବ ସମୟରେ ଅଧିକ ଯନ୍ତ୍ରଣା ହୋଇନାହିଁ । ୩୧ ବର୍ଷୀୟା ବିଫି ଓ ତାଙ୍କ ୩୦ ବର୍ଷୀୟ ସଙ୍ଗୀତକାର ସ୍ୱାମୀ ବ୍ରାଣ୍ଡନଙ୍କ ଏହି କାହାଣୀ ଏବେ ସର୍ବତ୍ର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ଗତ ନଭେମ୍ବରରେ ଘଟିଥିଲା । ୫ ଘଣ୍ଟା ଭିତରେ ବିଫିଙ୍କ ଡେଲିଭରୀ ହୋଇଥିଲା ।

ଏହି କପଲ ଘରେ ନେଚୁରାଲ ଡେଲିଭରୀ କରାଇବାକୁ ଚାହୁଁଥିଲେ । କିନ୍ତୁ ୪୨ ସପ୍ତାହ ପରେ ସେ ଡେଲିଭରୀ କରାଇବାକୁ ହସ୍ପିଟାଲ ଯାଇଥିଲେ । ହସ୍ପିଟାଲ ପହଞ୍ଚିବା ମାତ୍ରେ ତାଙ୍କର ଲେବର ପେନ୍ ଆରମ୍ଭ ହୋଇଥିଲା । ନିଜର ପ୍ରଥମ ସନ୍ତାନ ଜନ୍ମ ସମୟର ଭୟକୁ ମନେ ପକାଇ ବିଫି କହିଛନ୍ତି ପ୍ରଥମ ସନ୍ତାନ ଲାଗି ମୁଁ ବହୁତ ଜିଦି କରୁଥିଲି କି ଘରେ ହିଁ ମୋର ଡେଲିଭରୀ ହେବ । କାରଣ ମୋତେ ଛୁଞ୍ଚି ଦେଖିଲେ ବହୁତ ଭୟ ଲାଗୁଥିଲା । ଏଣୁ ଦ୍ୱିତୀୟ ଥର ବି ମୁଁ ପ୍ରାକୃତିକ ଉପାୟରେ ଡେଲିଭରୀ ହେଉ ବୋଲି ଚାହୁଁଥିଲି । ବିଫି ପ୍ରସବ ସମୟର ନିଜର ଅନୁଭବକୁ ମିଡିଆ ସହ ସେୟାର କରିଛନ୍ତି । ସେ କହିଛନ୍ତି ପ୍ରଥମେ ତ ମୋତେ ବହୁତ ଯନ୍ତ୍ରଣା ହେଉଥିଲା କିନ୍ତୁ ପରେ ଯନ୍ତ୍ରଣା କମ୍ କରିବାରେ ସଙ୍ଗୀତ ବହୁତ ସାହାଯ୍ୟ କରିଥିଲା ।

ବିିଫି କହିଛନ୍ତି ଜନ୍ମ ସମୟରେ ନିଃଶ୍ୱାସ ପ୍ରଶ୍ୱାସ ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ହୋଇଥାଏ । ଗୀତ ଗାଇବା ଦ୍ୱାରା ମୋର ଶ୍ୱାସକ୍ରିୟା ଉପରେ ପୁରା ନିୟନ୍ତ୍ରଣ ରହିଥିଲା । ଗୀତ ଗାଇବା ଦ୍ୱାରା ତାଙ୍କ ମୁଡ୍ ହାଲକା ରହିଥିଲା । ଫଳରେ ମୁଁ ମାନସିକ ଚାପ ଓ ଭୟ ଉପରେ ନିୟନ୍ତ୍ରଣ ରଖି ପାରିଥିଲି । ଫଳରେ ଡେଲିଭରୀ ସମୟରେ ମୁଁ ଯନ୍ତ୍ରଣାକୁ ଅନୁଭବ କରିପାରି ନ ଥିଲି ।

Get real time updates directly on you device, subscribe now.