fbpx

ମହିଳାଙ୍କର ୨ ନୁହେଁ ରହିଛି ୩ କିଡନୀ, ରିପୋର୍ଟ ଦେଖି ଚମକି ପଡିଲେ ଡାକ୍ତର

ନୂଆଦିଲ୍ଲୀ:ସାଧାରଣତଃ ସବୁ ମଣିଷଙ୍କର ୨ଟି କିଡନୀ ରହିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ମହିଳାଙ୍କର ୨ ନୁହେଁ ୩ଟି କିଡନୀ ରହିଛି ।ବିହାର ସୁପୋଲ ଜିଲ୍ଲାର କିଶନପୁର ପ୍ରଖଣ୍ଡ ଅନ୍ତର୍ଗତ ଶ୍ରୀପୁର ସୁଖାସନ ଗ୍ରାମର ସୁନୀଲ କୁମାର ଶାହଙ୍କ ୨୫ ବର୍ଷୀୟା ପତ୍ନୀ ପୁଷ୍ପା କୁମାରୀଙ୍କର ରହିଛି ୩ଟି କିଡନୀ ।

ସୁପୋଲ ସହର କିଶନପୁର ରୋଡ୍ ସ୍ଥିତ ସିଦ୍ଧାର୍ଥ ଲାପ୍ରୋସ୍କୋପିକ ସର୍ଜରୀ ହସ୍ପିଟାଲର ୟୁରୋ ସର୍ଜନ ଡା. ନୀରଜ କୁମାର କହିଛନ୍ତି ଏହି ପ୍ରକାର ମାମଲା ବହୁତ କମ୍ ଦେଖିବାକୁ ମିଳିଥାଏ । ଏହି ପ୍ରକାର କେସ୍ ବିଷୟରେ ସେ କେବଳ ପୁସ୍ତକରେ ପଢିଥିଲେ ।

ଡାକ୍ତର ନୀରଜ କହିଛନ୍ତି ଦୀର୍ଘଦିନ ଧରି ପୁଷ୍ପା କୁମାରୀ ୟୁରେଟରରେ ଷ୍ଟୋନ ସମସ୍ୟାରେ ପୀଡିତ ଥିଲେ । ହସ୍ପିଟାଲ ଆସିବା ପରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା । କିନ୍ତୁ ଏଥିରେ ତାଙ୍କ ସମସ୍ୟା ଧରାପଡି ନ ଥିଲା । ଏହାପରେ ମହିଳାଙ୍କର ଆଇଭିପି ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରେ କିଡନୀର ସ୍ପଷ୍ଟ ଚିତ୍ର ନଜର ଆସିଥିଲା । ଏହି ଯାଞ୍ଚରୁ ଜଣାପଡିଥିଲା କି ମହିଳାଙ୍କର ୩ ଟି କିଡନୀ ରହିଛି ।

ମହିଳାଙ୍କ ଡାହାଣ ପଟେ ୨ଟି କିଡନୀ ଥିଲା । ଏହି ୨ କିଡନୀ ପରସ୍ପର ସହ ଜଏଣ୍ଟ ହୋଇଥିଲା । ଏହାପରେ ଲାପ୍ରୋସ୍କୋପିକ୍ ଅପରେସନ କରାଯାଇ ମହିଳାଙ୍କ କିଡନୀରୁ ଷ୍ଟୋନ କଢାଯାଇଥିଲା । ଏବେ ମହିଳା ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Get real time updates directly on you device, subscribe now.