fbpx

୭୦ ବର୍ଷ ପରେ ନିଜ ସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା: ଆଜି ରାମ ମନ୍ଦିରରେ ହେବ ସ୍ଥାପନା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ସମୟରେ ଶୟନ ଆରତୀ ପରେ ରାମଲାଲାଙ୍କ ବିର।।ଜମାନ ମୂଳ ମୂର୍ତ୍ତିକୁ ନୂତନ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ । ପରମ ଭକ୍ତ ମହାବୀର ହନୁମାନଙ୍କ ସହିତ ଶ୍ରୀରାମଚନ୍ଦ୍ରଙ୍କ କନିଷ୍ଠ ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କ ମୂଳ ମୂର୍ତ୍ତିକୁ ମଧ୍ୟ ସ୍ଥାନାନ୍ତରିତ କରାଯିବ । ଜାନୁାରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ମୂଳ ମୁର୍ତ୍ତିକୁ ମଧ୍ୟ ନୂଆ ମନ୍ଦିରରେ ସ୍ଥାପନା କରାଯିବ । ଦୀର୍ଘ ୭୦ ବର୍ଷ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମ ଏକ ତମ୍ବୁ ଏବଂ ଅସ୍ଥାୟୀଭାବରେ ରହିବା ପରେ ନିଜ ସ୍ଥାନକୁ ସେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଆସନ୍ତାକାଲି ପ୍ରାଣ ପ୍ରତିଷ୍ଠା ସମାରୋହ ଉତ୍ସବରେ ପ୍ରଭୁ ଶ୍ରୀରାମ ପୁଣିଥରେ ନିଜ ସ୍ଥାନରେ ସ୍ଥାପନା ହେବେ ।

ଜାନୁୟାରୀ ୨୦ ଏବଂ ୨୧ ତାରିଖରେ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କୁ ଦର୍ଶନ ଦେଇନାହାନ୍ତି ପ୍ରଭୁ ଶ୍ରୀରାମ । ଏଥର ଭକ୍ତ ପ୍ରଭୁ ଶ୍ରୀରାମଙ୍କୁ ନୂତନ ଭବ୍ୟ ମନ୍ଦିରରେ ଦର୍ଶନ କରିପାରିବେ । ରାମଲାଲା ବିରାଜମାନଙ୍କୁ ପ୍ରଥମେ୧୯ ଏବଂ ୨୦ ଜାନୁୟାରୀରେ ସ୍ତାନାନ୍ତରିତ କରାଯାଇ ପାରିବ ନାହିଁ । କାରଣ ରାମଲାଲାଙ୍କ ନିକଟରେ ଦୈନିକ ଭୋଗ ଲାଗି ହୋଇଥାଏ, କିନ୍ତୁ ନବନିର୍ମିତ ରାମ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ପାଇବା ପୂର୍ବରୁ ଭୋଗ ଲଗା ଯାଇ ପାରିବ ନାହିଁ । ମନ୍ଦିରରେ ରାମଲାଲାଙ୍କ ଜଣେ ମୂର୍ତ୍ତିଙ୍କୁ ଭୋଗ ଲାଗି ହେବା ବେଳେ ଅନ୍ୟ ମୂର୍ତ୍ତିଙ୍କୁ ନ ଲଗାଇବା ଉଚିତ୍ ହେବନାହିଁ ।

ଭଗବାନ ଶ୍ରୀରାମଲାଲାଙ୍କ ୫୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିକୁ ରାମ ମନ୍ଦିରର ଗର୍ଭଗୃହ ଭିତରେ ଏକ ଆସନ ଉପରେ ସ୍ଥାପିତ କରାଯାଇଛି । ଏଠାରେ ଭଗବାନ ଶ୍ରୀରାମଙ୍କ ସହ ଭ୍ରାତା ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନଙ୍କ ମୂଳ ମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ । ଶ୍ରୀରାମଲାଲାଙ୍କ ମୂଳ ମୂର୍ତ୍ତିର ଉଚ୍ଚତା ମାତ୍ର ୬ ଇଞ୍ଚ ହୋଇଥିବା ବେଳେ ଭ୍ରାତା ଭରତ, ଲକ୍ଷ୍ମଣ ଏବଂ ଶତ୍ରୁଘ୍ନଙ୍କ ମୂତ୍ତି ଆହୁରି ଛୋଟ ରହିଛି । ତେଣୁ ରାମ ମନ୍ଦିର ଟ୍ରଷ୍ଟ ରାମଲାଲାଙ୍କର ଏକ ବଡ଼ ମୂର୍ତ୍ତି ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.