fbpx

କର୍ପୂରୀ ଠାକୁର ପାଇବେ ‘ଭାରତରତ୍ନ’ ସମ୍ମାନ: ଜୟନ୍ତୀ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ପାଇବେ ‘ଭାରତରତ୍ନ’ ସମ୍ମାନ । କର୍ପୂରୀଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । ଆସନ୍ତାକାଲି ଅର୍ଥାତ ଜାନୁଆରୀ ମାସ ୨୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ପଡ଼ୁଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ଠାକୁରଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ସହିତ ତାଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଜେଡିୟୁ ନେତା କେସି ତ୍ୟାଗୀ ଦାବି କରିଛନ୍ତି ।

କର୍ପୂରୀ ଠାକୁର ୨ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । କର୍ପୂରୀଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନ ପ୍ରଦାନ କରାଯିବା ବାବଦରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବୟାନ ଜାରି କରି ସୂଚନା ଦିଆଯାଇଛି । ବୁଧବାର ଦିନ କର୍ପୂୀରଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳନ କରାଯିବ । ଏହି ଘୋଷଣା ପରେ ୩୬ ବର୍ଷର ତପସ୍ୟାର ଫଳ ମିଳିଥିବା କର୍ପୂରୀଙ୍କ ପୁତ୍ର ରାମନାଥ ଠାକୁର କହିଛନ୍ତି । ଏହି ଅବସରରେ ସୋମନାଥ ତାଙ୍କ ପରିବାର, ବିହାରର ୧୫ କୋଟି ଲୋକଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

୧୯୨୪ ମସିହା ଜାନୁଆରୀ ମାସ ୨୪ ତାରିଖରେ କର୍ପୂରୀ ସମସ୍ତିପୁର ଜିଲ୍ଲାର ପିତୌଝିୟା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୪୦ରେ ସେ ପାଟନାରୁ ମାଟ୍ରିକ୍ ପାସ କରିବା ପରେ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ପ୍ରେରଣାରେ ସେ ଅନୁପ୍ରାଣୀତ ହୋଇଥିଲେ । ସେ ସମାଜସେବାର ପଥକୁ ବାଛିବା ସହିତ ୧୯୪୨ରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେଥିପାଇଁ ସେ ଜେଲ ମଧ୍ୟ ଯାଇଥିଲେ । ୧୯୪୫ରେ ସେ ଜେଲରୁ ମୁକ୍ତ ହୋଇଥିଲେ ଓ ଧୀରେଧୀରେ ସମାଜବାଦୀ ଆନ୍ଦୋଳନର ଜଣେ ଜଣାଶୁଣା ଚେହେରା ଭାବେ ପରିଗଣିତ ହୋଇଥିଲେ । ଦଳିତ, ପଛୁଆ ଶ୍ରେଣୀଙ୍କ ଅଧିକାର ପାଇଁ ସେ ଇଂରୋଜଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଥିଲେ । ୧୯୫୨ରେ ସେ ପ୍ରଥମ ଥର ପାଇଁ ତାଜପୁର ବିଧାନସଭା ଆସନରୁ ସୋସାଲିଷ୍ଟ ପାର୍ଟି ଟିକେଟରେ ବିଧାୟକ ହୋଇଥିଲେ ।

Get real time updates directly on you device, subscribe now.