fbpx

କଟକ SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ

କଟକ: କଟକ SCBର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି । SCB ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର। ମସ୍ତିଷ୍କାଘାତ ପାଇଁ ନିକଟରେ ତାଙ୍କର ଅପରେସନ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସେବା ଯୋଗାଇ ଡା.ଭୁବନାନନ୍ଦ ମହାରଣା ପ୍ରଶଂସିତ ହୋଇଥିଲେ। କରୋନା ସମୟରେ ବିଭିନ୍ନ ଉପଯୋଗୀ ପରାମର୍ଶ ଦେଇ ଅନେକ ଅନେକ ଜୀବନ ରକ୍ଷା କରିଥିଲେ। ଏହା ସହିତ ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତଙ୍କୁ ତତ୍କାଳ ଚିକିତ୍ସା ସେବା ଯୋଗାଇ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ମହାନ ଅବଦାନକୁ ସାରା ରାଜ୍ୟ ତାଙ୍କୁ ଚିରକାଳ ମନେରଖିବ।

Get real time updates directly on you device, subscribe now.