fbpx

ଘରର ଐଶାନ୍ୟ କୋଣରେ ରଖନ୍ତୁ ଏହି ଜିନିଷ, ଆପେ ଆପେ ଦୂର ହୋଇଯିବ ଆପଣଙ୍କ ବାସ୍ତୁ ଦୋଷ

ଓଡିଶା ଭାସ୍କର: ସାଧାରଣତଃ ମଣିଷର ବ୍ୟକ୍ତିଗତ ଜୀବନରେ କିଛି ନା କିଛି ସମସ୍ୟା ଦେଖିବାକୁ ମିଳିଥାଏ। କିନ୍ତୁ ସବୁବେଳେ ସମସ୍ୟା ଲାଗି ରହିବା ତାହା ଭିନ୍ନ କିଛି ଦର୍ଶାଇ ଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏଭଳି ସମସ୍ୟା ଲାଗି ରହିବାର ମୁଖ୍ୟ କାରଣ ହେଉଛି ବାସ୍ତୁ ଦୋଷ। ତେଣୁ ବାସ୍ତୁ ଦୋଷ କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ବ୍ୟକ୍ତି ଶାରିରୀକ ଓ ମାନସିକ ଭାବେ ଚିନ୍ତାଗ୍ରସ୍ତ ହୋଇଥାଆନ୍ତି। ମାତ୍ର କିଛି ସରଳ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ, ଜାଣିବା ଏହି ବାସ୍ତୁ ଦୋଷରୁ ମୁକ୍ତ ହେବା ପାଇଁ କଣ ସବୁ କରିବାକୁ ପଡିବ।

– ପ୍ରତିଦିନ ଘରେ ରାମାୟଣ ପାଠ କରନ୍ତୁ।
– ଘରର ମୁଖ୍ୟଦ୍ୱାରରେ ପ୍ରଭୁ ହନୁମାନଙ୍କ ସିନ୍ଦୂରରେ ସ୍ୱସ୍ତିକ ଚିହ୍ନ କରନ୍ତୁ।
– ଘରର ରୋଷେଇ କକ୍ଷ ବାସ୍ତୁ ଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ କରନ୍ତୁ।
– ଘରର ଐଶାନ୍ୟ କୋଣରେ ସଫାପାତ୍ରରେ ଜଳ ଭର୍ତି କରି ରଖନ୍ତୁ।
– ଘରେ ଶଙ୍ଖ ରଖନ୍ତୁ। ଘରର ସମ୍ମୁଖଭାଗକୁ ସଫା ରଖନ୍ତୁ।
– ଘରେ ଘୋଡ଼ାର ନାଲ ରଖନ୍ତୁ। ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।
– ଘରର ଅଗଣାରେ ତୁଳସୀ ବୃକ୍ଷ ଓ ସମ୍ମୁଖ ଭାଗରେ କଦଳୀ ବୃକ୍ଷ ଲଗାନ୍ତୁ।
– ଘରେ ପୂଜା କରିବା ସମୟରେ ସକାଳେ ଓ ସନ୍ଧ୍ୟାରେ ଶଙ୍ଖ ବଜାନ୍ତୁ ଓ ଭଗବାନଙ୍କ ନିକଟରେ ଦୀପ ଲଗାନ୍ତୁ।
– ଘରର ମୁଖ୍ୟଦ୍ୱାରରେ ହଳଦୀରେ ଶୁଭ ଓ ଲାଭ ଲେଖନ୍ତୁ। ହଳଦୀରେ କିଛି ଜଳ ମିଶାଇ ଏକ ପାନପତ୍ର ଦ୍ୱାରା ସମ୍ପୂର୍ଣ୍ଣ ଘରେ ଛିଂଚନ କରନ୍ତୁ। ଏପରି କରିବା ଦ୍ୱାରା ଗୃହରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି।

Get real time updates directly on you device, subscribe now.