fbpx

ଏଣିକି ମିଟିଂରେ ଆଉ ଖାଇବାକୁ ପାଇବେନି ସିଙ୍ଗଡା, କଚୋଡି; ଏହି କାରଣରୁ ସରକାର ଲଗାଇଲେ ବ୍ୟାନ୍‌

ନୂଆଦିଲ୍ଲୀ: ଭାରତର ପ୍ରତି ବ୍ୟକ୍ତି ସରକାରୀ ଚାକିରୀର ସ୍ୱପ୍ନ ଦେଖିଥାନ୍ତି । ଏହି ଚାକିରୀରେ ସ୍ଥିରତା ସହିତ ବୁଢା ହେବା ପର୍ଯ୍ୟନ୍ତ ସାହାରା ମିଳିଥାଏ । ଲୋକମାନେ ଆରାମରେ ସରକାରୀ ଅଫିସ୍‌ରେ ବସି କାମ କରିବା ସହ ଚା’ ଜଳଖିଆର ସ୍ୱାଦ ନେଇଥାନ୍ତି । ସରକାରୀ ମିଟିଂରେ ପ୍ରାୟତଃ ସିଙ୍ଗଡା ଓ କଚୋଡି ସହିତ ଜିଲାପି ବି ଦିଆଯାଇଥାଏ । କିନ୍ତୁ ଆଗକୁ ଏସବୁ ଜଳଖିଆ ଆଉ ମିଳିବ ନାହିଁ ।

ସରକାରୀ ମିଟିଂରେ ମିଳୁଥିବା ସ୍ନାକ୍ସର ମେନ୍ୟୁ ବଦଳିଯାଇଛି । ଏଥିପାଇଁ ଏକ ବିଭାଗୀୟ ନୋଟିସ୍ ଜାରି କରଯାଇଛି ଯାହା ଏବେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଏହି ନୂଆ ମେନ୍ୟୁକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଭଜନନଲାଲ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଏବେ ସରକାରୀ ବୈଠକରେ ନୂଆ ମେନ୍ୟୁ ହିସାବରେ ଖାଦ୍ୟ ପରସାଯିବ । ଏଥିରେ ଆଉ ସିଙ୍ଗଡା, କଚୋଡି କିମ୍ବା ଜିଲାପି ରହିବ ନାହିଁ । କେବଳ ରୋଷ୍ଟେଡ୍ ଆଇଟମ୍ ମିଳିବ ।

ତେଲ ଛଣା ଓ ଫ୍ରାଏଡ୍ ଖାଦ୍ୟପଦାର୍ଥ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଏହି କାରଣରୁ ମେନ୍ୟୁ ବଦଳାଇ ଦିଆଯାଇଛି । ଏବେ ମିଟିଂରେ ସିଝା ବୁଟ, ବାଦାମ,ଲହୁଣୀ ଓ ମଲ୍ଟି ଗ୍ରେନ୍ ବିସ୍କିଟ୍ ଖାଇବାକୁ ଦିଆଯିବ । ଏହା ସହିତ ପାଣିକୁ ନେଇ ମଧ୍ୟ ନିୟମ ବଦଳାଯାଇଛି । ଆଉ ପ୍ଲାଷ୍ଟିକ ବୋତଲରେ ପାଣି ଦିଆଯିବ ନାହିଁ । ଏହା ପରିବର୍ତ୍ତେ କାଚ ଗ୍ଲାସ ଓ ବୋତଲରେ ପାଣି ଦିଆଯିବ ।

Get real time updates directly on you device, subscribe now.