ନୂଆଦିଲ୍ଲୀ: ଚଳିତବର୍ଷ ଫେବୃଆରୀ ମାସ ପାଇଁ ଛୁଟିର ତାଲିକା ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ମାସରେ ଅନେକ ଛୁଟି ପାଇବେ ବ୍ୟାଙ୍କ କର୍ମଚାରୀ । ପ୍ରତି ମାସ ଭଳି ଫେବୃଆରୀରେ ମଧ୍ୟ ଅନେକ ଗୁଡ଼ିଏ ଛୁଟି ସାମିଲ ରହିଛି, ଯେଉଁଥିରେ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିପାରେ । ତେଣୁ ବ୍ୟାଙ୍କ ସମ୍ବନ୍ଧିତ କୌଣସି କାମ ବାକି ରହିଥିଲେ, ଏହାକୁ ଯଥାଶୀଘ୍ର ଶେଷ କରିଦିଅନ୍ତୁ…
ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ଫେବୃଆରୀ ମାସରେ ୨୯ ଦିନରୁ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତୁ ଜାଣିବା ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା
ଫେବୃଆରୀ ୪: ରବିବାର
ଫେବୃଆରୀ ୧୦: ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ
ଫେବୃଆରୀ ୧୧: ରବିବାର
ଫେବୃଆରୀ ୧୮: ରବିବାର
ଫେବୃଆରୀ ୨୪: ମାସର ଚତୁର୍ଥ ବା ଶେଷ ଶନିବାର ପାଇଁ ବ୍ୟାଙ୍କ ବନ୍ଦ
ଫେବୃଆରୀ ୨୫: ରବିବାର
ଏହାବ୍ୟତୀତ ସରସ୍ୱତୀ ପୂଜା, ଛତ୍ରପତି ଶିବାଜୀ ଜୟନ୍ତୀ ସମେତ ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କ ଗୁଡ଼ିକରେ ଛୁଟି ରହିବ ।
ଫେବୃଆରୀ ୧୪: ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ପାଇଁ ଅଗରତାଲା, ଭୁବନେଶ୍ୱର, କୋଲକାତା ଇତ୍ୟାଦି ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ ।
ଫେବୃଆରୀ ୧୫: ଲୁଇ ନଗଇ ନୀ ପର୍ବ ପାଇଁ ଇମ୍ଫାଲରେ ବନ୍ଦ ରହିବ ବ୍ୟାଙ୍କ
ଫେବୃଆରୀ ୧୯: ଛତ୍ରପତି ଶିବାଜୀ ଜୟନ୍ତୀ ଅବସରରେ ମହାରାଷ୍ଟ୍ରରେ ବ୍ୟାଙ୍କ ଛୁଟି ରହିବ ।
ଫେବୃଆରୀ ୨୦: ଷ୍ଟେଟ ଡେ’ ପାଇଁ ଆଇଜଲ ଏବଂ ଇଟାନଗରରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
ଫେବୃଆରୀ ୨୬: ନୟୋକୁମ ପାଇଁ ଇଟାନଗରରେ ବନ୍ଦ ରହିବ ବ୍ୟାଙ୍କ
ତେବେ ଏହି ଛୁଟି ଦିନ ଗୁଡ଼ିକରେବ୍ୟାଙ୍କର ବ୍ରାଞ୍ଚରେ ହିଁ କାମ ବନ୍ଦ ରହିବ । ଗ୍ରାହକମାନଙ୍କୁ ଏଠାରେ କୌଣସି ସୁବିଧା ଉପଲବ୍ଧ ହୋଇପାରିବ ନାହିଁ । ତେବେ ଅନଲାଇନ ମାଧ୍ୟମ ୟୁପିଆଇ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଏଟିଏମରେ ସମସ୍ତ ସୁବିଧା ପାଇପାରିବେ ଗ୍ରାହକ ।