fbpx

ଆଗକୁ ସଂସଦର ବଜେଟ୍ ଅଧିବେଶନ; ସମସ୍ତ ବିରୋଧୀ ସାଂସଦଙ୍କ ଉପରୁ ପ୍ରତ୍ୟାହାର ହେବ ନିଲମ୍ବନ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଉପରେ ଏବେ ସମସ୍ତଙ୍କ ଆଖି । ଏହି କ୍ରମରେ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ।  ରାଜନୈତକ ପାଣିପାଗରେ ପୁଣି ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁ ବିରୋଧୀ ସାଂସଦମାନଙ୍କୁ ନିଲମ୍ବନ କରାଯାଇଥିଲା ଅଧିବେଶନ ପୂର୍ବରୁ ସେମାନଙ୍କୁ ପୁଣି ପ୍ରତ୍ୟାହାର କରି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ବିଷୟରେ ଘୋଷଣା କରିଛନ୍ତି । ସେ କହିଛନ୍ତି ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି ।

ଏହି କ୍ରମରେ କେନ୍ଦ୍ର ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ଏବଂ ଲୋକସଭା ଓ ରାଜ୍ୟସଭାର ପ୍ରିଭିଲେଜ୍ କମିଟି ସହିତ ଆଲୋଚନା ଆରମ୍ଭ କରିଛନ୍ତି । ଯୋଶୀ କହିଛନ୍ତି ଚଳିତ ବଜେଟ୍ ଅଧିବେଶନର ସୁରୁଖୁରୁ ପରିଚାଳନା ଲାଗି ଗୃହର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ମତାମତର ଆବଶ୍ୟକତା ରହିଛି । ଏହି କ୍ରମରେ ସେ ସରକାରଙ୍କ ନିବେଦନକୁ ସମସ୍ତ ସଦସ୍ୟଙ୍କୁ ଜଣାଇଛନ୍ତି ଓ ବଜେଟ୍ ସେସନର ସୁରୁଖୁରୁ ପରିଚାଳନାରେ ସମସ୍ତେ ସହଯୋଗ କରିବାକୁ କହିଛନ୍ତି । ଅନ୍ୟପକ୍ଷରେ ଅସହଯୋଗ କଲେ ଗୃହର ବାଚସ୍ପତି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ସେ କହିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଗତ ଶୀତ ଅଧିବେଶନରେ ଗୃହରେ ବିଶୃଙ୍ଖଳା କାରଣରୁ ୧୪୬ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିଦିଆଯାଇଥିଲା । ସଂସଦ ମଧ୍ୟରେ ଦୁଇ ଜଣ ସନ୍ଦିଗ୍ଧ ପ୍ରବେଶ ପରେ ସୁରକ୍ଷା ବ୍ୟବସ୍ଥାରେ ଢିଲା ଦର୍ଶାଇ ବିରୋଧୀ ଗୃହକାର୍ଯ୍ୟ କରାଇ ଦେଇ ନ ଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ଜାନୁୟାରୀ ୩୧ରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଫେବୃୟାରୀ ୧ରେ ଅନ୍ତରୀଣ ବଜେଟ୍ ସେସନ ଆରମ୍ଭ ହେବ ଓ ଏହା ଫେବୃୟାରୀ ୯ରେ ଶେଷ ହେବ ।

Get real time updates directly on you device, subscribe now.