ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ପ୍ରଥମେ ଟେଷ୍ଟରେ ପରାଜୟର ସାମନା କରିଛି ଭାରତୀୟ ଦଳ । ଏହାପରେ ଦ୍ୱିତୀୟ ଟେଷ୍ଟ ପାଇଁ କଡ଼ା ରଣନୀତି କରୁଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ସେପଟେ ଇଂଲଣ୍ଡ ପ୍ରଥମ ମ୍ୟାଚରେ ବିଜୟ ପରେ ଦୃଢ ଆତ୍ମବିଶ୍ୱାସର ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି କରିସାରିଛି । ଏହାମଧ୍ୟରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରିଛନ୍ତି ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ଏହି ଦଳରେ ସେ ୨ଟି ବଡ଼ ପରିବର୍ତ୍ତନ କରିଥିବା ଦେଖାଯାଇଛି । ଦ୍ୱିତୀୟ ଟେଷ୍ଟ ପାଇଁ ଦଳର ଷ୍ଟାର କ୍ରିକେଟରଙ୍କୁ ସୁଯୋଗ ଦେଇଛନ୍ତି ଅଧିନାୟକ ଷ୍ଟୋକ୍ସ । ଦ୍ୱିତୀୟ ଟେଷ୍ଟରେ ଭାରତ ବିପକ୍ଷରେ କମବ୍ୟାକ କରିବେ ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ୍ ।
ଫେବୃଆରୀ ୨ ତାରିଖରୁ ହେବାକୁ ଥିବା ଏହି ଦ୍ୱିତୀୟ ଟେଷ୍ଟ ପାଇଁ ଇଲଣ୍ଡ ଦଳରେ ଅଧିନାୟକ ବେନ୍ ଷ୍ଟୋକ୍ସ ୨ଟି ବଡ଼ ପରିବର୍ତ୍ତନ କରିଛନ୍ତି । ଦଳର ଷ୍ଟାର ଫାଷ୍ଟ ବୋଲର ଜେମ୍ସ ଆଣ୍ଡର ସନ୍ ପୁଣିଥରେ ଦଳକୁ କମବ୍ୟାକ କରିଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟରେ ଏକମାତ୍ର ଫାଷ୍ଟ ବୋଲର ଭାବରେ ଭାରତ ବିପକ୍ଷ ଏହି ମ୍ୟାଚରେ ସ୍ଥାନ ପାଇଛନ୍ତି । ,ହାବ୍ୟତୀତ ଅଧିନାୟକ ବେନ୍ ଷ୍ଟୋକ୍ସ ଭାବରେ ଦ୍ୱିତୀୟ ଖେଳାଳି ଦଳରେ ରହିଛନ୍ତି । ଏହି ମ୍ୟାଚ ପାଇଁ ଇଂଲଣ୍ଡ ୪ ଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କ ସହ ଭାରତ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛି । ଆହତ ସମସ୍ୟାରୁ ଷ୍ଟାର ସ୍ପିନର ଜ୍ୟାକ ଲିଚ୍ ଦଳରୁ ବାଦ୍ ଦିଆଯାଇଛି । ତେଣୁ ତାଙ୍କ ସ୍ଥାନରେ ଶୋଏବ ୱାସିର କାଲି ଡେବ୍ୟୁ କରିବାକୁ ଯାଉଛନ୍ତି ।
We have named our XI for the second Test in Vizag! 🏏
🇮🇳 #INDvENG 🏴 | #EnglandCricket
— England Cricket (@englandcricket) February 1, 2024
ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଉପରେ ସମସ୍ତଙ୍କ ନଜର ରହିଛି । ଭାରତୀୟ ଦଳରୁ କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ବାଦ୍ ପଡ଼ିଥିବା ବେଳେ ଶୁଭମନ ଗିଲଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ରାହୁଲ ଏବଂ ଜାଡେଜାଙ୍କ ସ୍ଥାନରେ ସରଫରାଜ ଖାନ୍ ଏବଂ ୱାଶିଂଟନ୍ ସୁନ୍ଦରଙ୍କୁ ଦଳରେ ସ୍ଥାନ ଦେଇଛି ବିସିସିଆଇ । ତେଣୁ ଦ୍ୱିତୀୟ ଟେଷ୍ଟ ପାଇଁ ରଜତ ପାଟିଦାର କିମ୍ବା ସରଫରାଜ ଖାନଙ୍କ ମଧ୍ୟରୁ କେହି ଜଣେ ଖେଳାଳି ଦଳରେ ସୁଯୋଗ ପାଇପାରନ୍ତି ।
ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ: ବେନ୍ ଷ୍ଟୋକ୍ସ(ଅଧିନାୟକ), ଜ୍ୟାକ କ୍ରଲୀ, ବେନ୍ ଡଖେଟ, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଫୋକ୍ସ, ରେହାନ ଅହମଦ, ଟମ୍ ହାର୍ଟଲେ, ଶୋଏବ ବଶୀର, ଜେମ୍ସ ଆଣ୍ଡରସନ୍ ।