fbpx

(Video) ବଜାରରୁ ଉଭା ହୋଇଗଲାଣି ରସୁଣ; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି ହେଉନି । ବଢି ଚାଲିଛି ହୁ ହୁ ରେଟ୍ । ସବୁ ପରିବାଠୁ ଅଧିକ ଦର ରହିଛି ରସୁଣର । ହଁ ଆଜ୍ଞା ବର୍ତ୍ତମାନ ରସୁଣ ଦାମ ପୁଣି ଲୋକଙ୍କୁ କଷ୍ଟ ଦେଇଛି । ୧୫ ଦିନରେ ଭିତରେ ରସୁଣ ଦର ଆକାଶ ଛୁଆଁ । କେତେବେଳେ ପିଆଜ ତ କେତେ ବେଳେ ରସୁଣ ଏଭଳି ଖାଉଟିଙ୍କୁ କନ୍ଦାଇ ଚାଲିଛି ।

ଏ ରସୁଣ ଦର ଯାହା ହେଲାଣି ଖାଉଟି ୧୦୦ଗ୍ରାମ କିଣିବା ବେଳେ ବି ଅନେକ ଥର ଚିନ୍ତା କରୁଛନ୍ତି । ଆଉ ରସୁଣ କେହି ଖାଇ ବେନି ବୋଲି କହିଲେଣି ଗ୍ରାହକ । କିଲୋ ପିଛା ୪୦-୫୦ରୁ ହେଲାଣି ୫୦୦ ଟଙ୍କା । ବଜାରରେ ରସୁଣ ପ୍ରାୟ ଉଭା ହେବା ସ୍ଥିତିରେ । ଯାହା କିଛି ରସୁଣ ମିଳୁଛି ସେଥିରେ ହାତ ମାରି ହେଉନି । ଦାମ ଶୁଣି ଲୋକ କିଣିବାକୁ ଜରୁଛନ୍ତି । ଏବେ କିଲୋ ପିଛା ୪୦୦ରୁ ୫୦୦ଟଙ୍କାରେ ରେ ବିକ୍ରି ହେଉଛି ରସୁଣ ।

Get real time updates directly on you device, subscribe now.