ବାଲେଶ୍ୱର: (ଓଡ଼ିଶା ଭାସ୍କର) ସୋର ମେଡିକାଲରୁ ଦେଢ଼ ବର୍ଷର ଶିଶୁପୁତ୍ର ଅପହରଣ ଅଭିଯୋଗ ହୋଇଛି । ଜଣେ ଅପରିଚିତ ମହିଳା ଶିଶୁ ଅପହରଣ ନେଇ ଥାନାରେ ଏତଲା । ସୋର ଥାନାରେ ଅଭିଯୋଗ କଲେ ଢ଼ିପାସାହି ଗାଁର ଜଣେ ମହିଳା । ସୂଚନା ଅନୁସାରେ ମହିଳା ଜଣଙ୍କ ଡେଥ୍ ସାର୍ଟିଫିକେଟ୍ କାଢିବାକୁ ମେଡିକାଲ ଆସିଥିଲେ ।
ମେଡିକାଲରେ ଜଣେ ଅପରିଚିତ ମହିଳାଙ୍କ ଜିମାରେ ଶିଶୁପୁତ୍ରକୁ ଛାଡ଼ିଥିଲେ । କାମସାରି ଆସିବା ପରେ ମହିଳା ଜଣଙ୍କୁ ପାଇନଥିଲେ । ଏହା ପରେ ମହିଳା ଜଣକ ସୋର ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣାର ତଦନ୍ତ କରୁଛି ସୋର ଥାନା ପୋଲିସ ।