fbpx

ରାମଲାଲାଙ୍କ ଶୋଇବା ଲାଗି କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା, ଆମେରିକା ପଠାଇଲା ସୁନାରେ ତିଆରି ଏହିସବୁ ଦାମୀ ଉପହାର

ଭୋପାଳ: ରାମଲାଲାଙ୍କ ମନ୍ଦିର ନିର୍ମାଣ ହେବା ପରଠାରୁ ଦେଶ ବିଦେଶରୁ ବିଭିନ୍ନ ପ୍ରକାର ଦାନର ସୁଅ ଛୁଟିବାରେ ଲାଗିଛି । ସେହିପରି ପ୍ରଭୁ ଶ୍ରୀରାମଙ୍କ ଶୋଇବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି । ମଧ୍ୟପ୍ରଦେଶ ଭୋପାଳରୁ ରାମଲଲାଙ୍କ ଲାଗି ତକିଆ ରେଜେଇ ଅଣାଯାଇଛି । ଭୋପାଳର ମହାମାଇ ମନ୍ଦିର ପୁଷ୍ପା ନଗରରୁ ବାହାରିଥିବା ଶ୍ରୀରାମ ରେଜେଇ ରଥଯାତ୍ରା ବାଦ୍ୟଧ୍ୱନି ଭିତରେ ଆସି ରାମ ଜନ୍ମଭୂମି ପରିସରରେ ପହଞ୍ଚିଛି । ଏହି ଯାତ୍ରାରେ ୧୦୦ରୁ ଅଧିକ ଶ୍ରଦ୍ଧାଳୁ ସାମିଲ ଥିଲେ ।

ରାମଲାଲାଙ୍କ ପାଇଁ ଆସିଥିବା ରେଜେଇର ଲମ୍ବ ୬ ଫୁଟ ଓ ଚଉଡା ୪ ଫୁଟ ରହିଛି ।ଏହା ସହିତ ଏକ ଗଦା ଓ ତକିଆ ବି ଆସିଛି । ସେହିପରି ଆମେରିକା ପ୍ରଭୁ ଶ୍ରୀରାମଙ୍କ ଲାଗି ଏକ ଖାସ୍ ଉପହାର ପଠାଇଛି । ସୁନାରେ ତିଆରି ଅଲଗା ଅଲଗା ବାହାନ ପଠାଇଛି ଆମେରିକା ଯେଉଁଥିରେ ଗଜ ବାହାନ ଠାରୁ ଆରମ୍ଭ କରି ଗରୁଡ ବାହାନ ପର୍ଯ୍ୟନ୍ତ ସବୁକିଛି ରହିଛନ୍ତି । ରାମଲାଲାଙ୍କ ସ୍ୱର୍ଣ୍ଣ ସିଂହାସନ ବି ପଠାଯାଇଛି । ଏହା ସହିତ କଳ୍ପବୃକ୍ଷର ସ୍ୱର୍ଣ୍ଣ ମଡେଲ ବି ଆମେରିକା ପଠାଇଛି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୧୧ଦିନ ମଧ୍ୟରେ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ନୂଆ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ଦର୍ଶନ ପୂଜନ କରିଛନ୍ତି ଓ ୧୧କୋଟିରୁ ଅଧିକ ଦାନ ଦେଇଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି । ଭବ୍ୟ ମନ୍ଦିରର ଗର୍ଭଗୃହ ସାମ୍ନାରେ ୪ ବୃହତ ଦାନ ପେଟି ରଖାଯାଇଛି ଯେଉଁଥିରେ ଶ୍ରଦ୍ଧାଳୁ ଦାନ ଦେଉଛନ୍ତି । ଏହା ବ୍ୟତିତ ୧୦କମ୍ପ୍ୟୁଟରୀକୃତ କାଉଣ୍ଟରରେ ବି ଲୋକମାନେ ଦାନ ରାଶି ଜମା କରୁଛନ୍ତି ।

Get real time updates directly on you device, subscribe now.