fbpx

Big Breaking; ନିର୍ବାଚନ ପାଇଁ କଂଗ୍ରେସର ନୂଆ ଫର୍ମୁଲା: ଟିକେଟ ପାଇଁ ଅନଲାଇନରେ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେଥିପାଇଁ ପ୍ରତ୍ୟେକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । କିନ୍ତୁ ଏଥରର ନିର୍ବାଚନ ପାଇଁ କୁବ ଜୋରସୋରରେ ପ୍ରସ୍ତୁତି ଚଳାଇଛି କଂଗ୍ରେସ । ଆଗାମୀ ସାଦାରଣ ନିର୍ବାଚନ ପାଇଁ ଦଳ ଏକ ନୂଆ ଫର୍ମୁଲା ମଧ୍ୟ ଆପଣାଇଛି । ପ୍ରଥମ ଥର କଂଗ୍ରେସ ଆଶାୟୀଙ୍କ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ରାଜ୍ୟରେ ପ୍ରଗମନ୍ ଅଭିଯାନ ଆରମ୍ଭ କରିଛି ଜାତୀୟ ଦଳ କଂଗ୍ରେସ । ଆସନ୍ତା ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥିମାନେ ଟିକେଟ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏକ ନୂଆ ପନ୍ଥା ଆପଣାଇଛି । ଏଥର ନିର୍ବାଚନରେ ଆଶାୟୀଙ୍କୁ ଟିକେଟ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି । କଂଗ୍ରେସ ତରଫରୁ ଟିକେଟ ପାଇବା ପାଇଁ ଅନଲାଇନରେ ଆବେଦନ କରିପାରିବେ ଆଶାୟୀ ପ୍ରାର୍ଥି । ଏଥିରେ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଜାରି ରହିବ । ୱେବସାଇଟରେ ଉଭୟ ବିଧାନସଭା ଏବଂ ଲୋକସଭାରେ ଟିକେଟ ପାଇବା ପାଇଁଆବେଦନ କରିପାରିବେ ଆଶାୟୀ ପ୍ରାର୍ଥି । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ୱେବସାଇଟକୁ ଲଞ୍ଚ୍ କରିଛନ୍ତି । ଚଳିତ ନିର୍ବାଚନରେ ଯୋଗ୍ୟ ପ୍ରାଥିଙ୍କୁ ଟିକେଟ ଦେବା ପାଇଁ ଏଭଳି ଏକ ପୂଆ ପ୍ରୟାସ ଆରମ୍ଭ କରିଛି ଜାତୀୟ ରାଜନୈତିକ ଦଳ କଂଗ୍ରେସ ।

Get real time updates directly on you device, subscribe now.