fbpx

ଇତିହାସ ରଚିଲେ ମୁକେଶ ଅମ୍ବାନୀ: ପ୍ରଥମ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସର ମାର୍କେଟ କ୍ୟାପିଟାଲାଇଜେସନ ୨୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି । ମୁକେଶଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏକ ନୂଆ ଇତିହାସ ରଚିଛି । ଏହା ମଧ୍ୟରେ ରିଲାଏନ୍ସର ମାର୍କେଟ କ୍ୟାପିଟାଲାଇଜେସନ ୨୦ ଲକ୍ଷ କୋଟିରେ ପହଞ୍ଚି ଯାଇଥିବା ବେଳେ ପ୍ରଥମ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ଏହି ଅଙ୍କ ଛୁଇଁବାକୁ ସକ୍ଷମ ହୋଇଛି ।

ଶେୟାର ବଜାର ଖୋଲିବା ସମୟରେ ରିଲାଏନ୍ସର ଶେୟାର ୨୯୧୧ ଟଙ୍କା ସ୍ତରରେ ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ତାହାକ ୨୯୦୮ ଟଙ୍କାର ନିମ୍ନସ୍ତରକୁ ଯାଇ ପୁଣି ୨୯୫୮ ଉଚ୍ଚ ସ୍ତରକୁ ଛୁଇଁଥିଲା । ଏଥିସହିତ ରିଲାଏନ୍ସର ମାର୍କେଟ କ୍ୟାପ ୨୦ ଲକ୍ଷ କୋଟିରେ ପହଞ୍ଚି ଯାଇଥିଲା । ଏହି ମୁକେଶଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି । ପ୍ରଥମ ଭାରତୀୟ କମ୍ପାନୀ ଭାବେ ରିଲାଏନ୍ସ ୨୦ ଲକ୍ଷ କୋଟି ମାର୍କେଟ କ୍ୟାପ ଛୁଇଁପାରିଛି ।

ସପ୍ତାହର ଦ୍ୱିତୀୟ କାରବାର ଦିନ ଶେୟାର ବଜାର ଖୋଲିବା ସମୟରେ ରିଲାଏନ୍ସର ଶେୟାରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଥିଲା । ଅଳ୍ପ ସମୟ ମଧ୍ୟରେ ଏହା ୨ ପ୍ରତିଶତ ବୃଦ୍ଧି ଘଟି ୨୯୫୮ ଟଙ୍କା ସ୍ତରରେ ପହଞ୍ଚି ଯାଇଥିଲା, ଯାହାକି ଅଲ ଟାଇମ୍ ହାଇ ଲେବଲ ସ୍ତରରେ ରହିଥିଲା । ଶେୟାର ବଜାରରେ ଏହି ବୃଦ୍ଧି ସହିତ କମ୍ପାନୀର ମାର୍କେଟ କ୍ୟାପ ୨୦ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚି ଯାଇଥିଲା । ମୁକେଶ ବିଶ୍ୱର ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ୧୧ତମ ସ୍ଥାନରେ ରହିଥିବା ବେଳେ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ୨୦୨୪ରେ ମୁକେଶଙ୍କ ନେଟୱର୍ଥରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.