fbpx

ଭାଲେଣ୍ଟାଇନ୍ ଡେ’ରେ ହୋଇପାରେ ରୋମାନ୍ସ ସ୍କାମ୍‌, AI ଜରିଆରେ ସାଇବର ଅପରାଧୀ ବିଛାଇଛନ୍ତି ଜାଲ

ନୂଆଦିଲ୍ଲୀ: ଏବେ ଚାଲିଛି ଭାଲେଣ୍ଟାଇନ୍ ୱିକ୍ । ଏହି ସମୟରେ ପ୍ରେମୀ ଯୁଗଳ ପରସ୍ପରକୁ ନେଇ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରିବାରେ ବ୍ୟସ୍ତ । କିନ୍ତୁ ସାଇବର ଅପରାଧୀ ବି ଏହାର ଫାଇଦା ଉଠାଇବାକୁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଆଇ ସାହାଯ୍ୟରେ ସେମାନେ ଏପରି ଜାଲ ବିଛାଇଛନ୍ତି ଯେଉଁଥିରେ ପ୍ରେମୀ ଯୁଗଳ ପଡିବାର ବହୁତ ସମ୍ଭାବନା ରହିଛି ।

କାଲିଫର୍ଣ୍ଣିଆରେ ଥିବା କମ୍ପ୍ୟୁଟର ସିକ୍ୟୁରିଟି ସଫ୍ଟୱେୟାର କମ୍ପାନୀ McAfee ଏହି ପ୍ରକାର ସ୍କାମକୁ ନେଇ ଏକ ରିସର୍ଚ୍ଚ କରିଛି ଓ ଏ ବିଷୟରେ ସୂଚନା ପ୍ରଦାନ କରିଛି । ଅନଲାଇନ୍ ଡେଟିଂ ଟ୍ରେଣ୍ଡକୁ ନେଇ McAfee ରିସର୍ଚ୍ଚ କରିଛି ଯେଉଁଥିରେ ୭ ଗୋଟି ଦେଶର ୭୦୦୦ ଯୁବବର୍ଗଙ୍କୁ ସାମିଲ କରାଯାଇଥିଲା । ଏହି ଗବେଷଣା ତଥ୍ୟ ଅନୁଯାୟୀ ସାଇବର ଅପରାଧୀ ବା ସ୍କାମର ଏଆଇ ଦ୍ୱାରା ସୃଷ୍ଟ ଫେକ୍ ପ୍ରୋଫାଇଲ, ରୋମାନ୍ସ ସ୍କାମ ଓ ଅନ୍ୟ ଏଆଇ ଟୁଲ୍ସର ଉପଯୋଗ କରୁଛନ୍ତି । ଏହାରି ମାଧ୍ୟମରେ ଅନଲାଇନ୍ ପାର୍ଟନର ସନ୍ଧାନରେ ଥିବା ଲୋକଙ୍କୁ ସେମାନେ ଜାଲରେ ଫସାଉଛନ୍ତି । କେବଳ ପାର୍ଟନର ଖୋଜୁଥିବା ଲୋକଙ୍‌କୁ ନୁହେଁ ବରଂ ଗିଫ୍ଟ ଖୋଜୁଥିବା ଲୋକଙ୍କୁ ମଧ୍ୟ ସେମାନେ ନିଜ ଜାଲରେ ଫସାଉଛନ୍ତି ।

ଆପଣ ଡେଟିଂ ଆପ୍ ବ୍ୟବହାର କରୁ ନ ଥିଲେ ବିି McAfee  Lab ଆପଣଙ୍କ ଲାଗି ସତର୍କତା ଜାରି କରିଛି । କମ୍ପାନୀ କହିଛି ଭାଲେଣ୍ଟାଇନ୍ ସମ୍ବନ୍ଧିତ ସ୍କାମ୍ ଅନଲାଇନରେ ବଢୁଛି । ଏହି ସମୟରେ ମାଲୱେୟାରଙ୍କ ପ୍ରଚାର ୨୫ ପ୍ରତିଶତ ବଢିଛି ଓ ମାଲିସିୟସ URL ରେ ୩୦୦% ବୃଦ୍ଧି ଘଟିଛି । ଏହା ବ୍ୟତିତ ରୋମାନ୍ସ ଥିମଡ୍ ସ୍ପାମ୍ ଓ ଇମେଲ୍ ସ୍କାମ ମଧ୍ୟ ବଢିଛି । ଅଧିକାଂଶ ସ୍କାମ ଭାଲେଣ୍ଟାଇନ ଡେ’ ଲାଗି ସପିଂ ଓ ଗିଫ୍ଟ ଖୋଜୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । McAfee କହିଛି ୧୪ ଫେବୃୟାରୀ ପର୍ଯ୍ୟନ୍ତ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବ ।

ଏହି ପ୍ରକାର ସ୍କାମର ଶିକାର କେହି ବି ହୋଇପାରିବେ । ଏଥିପାଇଁ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ହେବ । ଯଦି ଆପଣଙ୍କର ଜାଣତରେ ହେଉ ବା ଅଜାଣତରେ ହେଉ ଅନଲାଇନ୍‌ରେ କାହା ସହ ବନ୍ଧୁତ୍ୱ ହୋଇଛି ତେବେ ସେ ପଠାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ । ଯଦି କୌଣସି ଫଟୋ ଉପରେ ଆପଣଙ୍କର ସନ୍ଦେହ ହେଉଛି ତେବେ ରିଭର୍ସ ସର୍ଚ୍ଚ ନିଶ୍ଚୟ କରନ୍ତୁ । ଫଳରେ ସେହି ଫଟୋର ପୁରା କାହାଣୀ ଆପଣଙ୍କୁ ଜଣାପଡିଯିବ । ଯଦି ଆପଣ କାହା ସହ ବ୍ୟକ୍ତିଗତ ଭାବରେ ମିଶିନାହାନ୍ତି ତେବେ ତାଙ୍କ ପାଇଁ ଗିଫ୍ଟ କିଣି ପଇସା ଖର୍ଚ୍ଚ କରନ୍ତୁ ନାହିଁ । କୌଣସି ପ୍ରୋଫାଇଲ କିମ୍ବା ବ୍ୟକ୍ତି ଉପରେ ଆପଣଙ୍କ ସନ୍ଦେହ ହେଲେ ଆପଣ ନିଜ ବନ୍ଧୁଙ୍କ ସହ ଏ ବିଷୟରେ ଆଲୋଚନା କରନ୍ତୁ । ନିଜକୁ ସେଫ୍ ରଖିବା ପାଇଁ ବିଭିନ୍ନ ଅନଲାଇନ୍ ଟୁଲର ବି ଉପଯୋଗ କରନ୍ତୁ ।

Get real time updates directly on you device, subscribe now.