fbpx

୪ ଦିନ ଭିତରେ ରାଜ୍ୟ ସରକାର ନେଇଛନ୍ତି ଏହି ସବୁ ଐତିହାସିକ ନିଷ୍ପତି, ଜନ କଲ୍ୟାଣ ଯୋଜନାକୁ ମିଳିଛି ପ୍ରାଧାନ୍ୟ

ଓଡ଼ିଶା ଭାସ୍କର: ପିଢ଼ି ପରେ ପିଢ଼ି ବଦଳି ଚାଲିଥିବା ବେଳେ ଅନେକ ନବାଗତ ନେତା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି। କିନ୍ତୁ ବିକାଶ ଓ ଜନ କଲ୍ୟାଣ ଯୋଜନାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି ରାଜ୍ୟ ସରକାର। ବାରମ୍ବାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ୫ଟି ମାଧ୍ୟମରେ ସରକାର ଅନେକ ସାରା ବିକାଶ ମୂଳକ କାର୍ଯ୍ୟ ଓ ଯୋଜନା ପ୍ରଣୟନ କରିଥିବା ବେଳେ ଏବେ ମାତ୍ର ୪ ଦିନରେ ଅନେକ ଐତିହାସିକ ନିଷ୍ପତି ସବୁ ନେଇଛନ୍ତି। ଯାହାକୁ ନେଇ ସାଧାରଣରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏହି ୪ ଦିନରେ ସରକାର ଏଭଳି ଜନ କଲ୍ୟାଣ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି, ଯେଉଁଥିରେ ଜଣେ ଗରିବ ଶ୍ରେଣୀର ଲୋକ ନିଶ୍ଚୟ ବହୁ ଉପକୃତ ହେବ ବୋଲି କୁହାଯାଉଛି । ତେବେ ଆସନ୍ତୁ, କିଛି ନଜର ପକାଇବା ଏହି ୪ ଦିନ ଭିତରେ ରାଜ୍ୟ ସରକାର କ’ଣ ସବୁ କରିଛନ୍ତି।

ଶନିବାର: ସବୁ ଭତ୍ତା ୫୦୦ ଟଙ୍କା ବୃଦ୍ଧି କରିଥିଲେ ରାଜ୍ୟ ସରକାର।
ରବିବାର: କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ ଦେବେ ବୋଲି ଘୋଷଣା କରିଥିଲେ।
ସୋମବାର: ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ହଜାରେ ଟଙ୍କାର ସହାୟତା ଓ ମାଗଣାରେ ୨ଟି ଲେଖାଏଁ ଝୋଟ ବ୍ୟାଗ୍। ବେକାର ଯୁବକଯୁବତୀମାନଙ୍କୁ ‘ସ୍ୱୟମ୍‌’ ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏ ଋଣ।
ମଙ୍ଗଳବାର: ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ ଓ’ ଶିକ୍ଷାବୃତ୍ତିରେ ବର୍ଷକୁ ୯ରୁ ୧୦ ହଜାର ଟଙ୍କାର ଯାଏ ସହାୟତା ଘୋଷଣା। ଗର୍ଭବତୀଙ୍କ ପାଇଁ ରାଜ୍ୟ ସରକାର ‘ମମତା’ର ସହାୟତା ରାଶି ବୃଦ୍ଧି କରିଛନ୍ତି। ଏଣିକି ଗର୍ଭବତୀମାନେ ୫ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ପାଇବେ। ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ପିଛିଲା ଭାବେ ମିଳିବ।

Get real time updates directly on you device, subscribe now.