fbpx

୧୪୦ କୋଟି ଭାରତୀୟଙ୍କ ହୃଦୟ ଜିତିଛି UAE, ଆବୁଧାବିରେ BAPS ସ୍ୱାମୀ ନାରାୟଣ ମନ୍ଦିର ଉଦଘାଟନ ପରେ ଏମିତି କହିଲେ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉଦଘାଟିତ ହୋଇଛି ସଂଯୁକ୍ତ ଆରବ ଏମିରେଟସ୍ (UAE) ରାଜଧାନୀ ଆବୁଧାବି ସ୍ଥିତ BAPS ସ୍ୱାମୀ ନାରାୟଣ ମନ୍ଦିର। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ମନ୍ଦିର ଉଦଘାଟନ ହୋଇଛି। ଏହି ଅବସରରେ ମନ୍ଦିର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୟୁଏୟୀ ଆଜି ନିଜର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିଛି ଏବଂ ୧୪୦ କୋଟି ଭାରତୀୟଙ୍କ ହୃଦୟ ଜିତିଛି।

ଦୁଇ ଦିନିଆ ୟୁଏଇ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସନ୍ଧ୍ୟା ୬ଟା ସମୟରେ ଆବୁଧାବିରେ ପହଞ୍ଚିଥିଲେ। ଏହାପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହିନ ଆଲିଙ୍ଗନ କରିଥିଲେ। ତେବେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ହିନ୍ଦୁ ମନ୍ଦିରର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ୟୁଏଇ ଇତିହାସ ସୃଷ୍ଟି କରିଛି । ବହୁ ବର୍ଷର ପରିଶ୍ରମ ଏଥିରେ ଜଡିତ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଏହି ମନ୍ଦିର ସାରା ବିଶ୍ୱ ପାଇଁ ସୌହାର୍ଦ୍ଦ୍ୟ ଏବଂ ଏକତାର ପ୍ରତୀକ ହେବ । ୟୁଏଇର ସହନଶୀଳ ମନ୍ତ୍ରୀ ନହାନଙ୍କ ଦ୍ୱାରା କୁହାଯାଇଥିବା କଥାଗୁଡ଼ିକ ଆମର ସ୍ୱପ୍ନକୁ ଦୃଢ଼ କରିବାର ବର୍ଣ୍ଣନା । ଏହି ମନ୍ଦିର ନିର୍ମାଣରେ ୟୁଏଇ ସରକାର ଯେଉଁ ଭୂମିକା ଗ୍ରହଣ କରିଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ । କିନ୍ତୁ ଯଦି ଏହି ମହାନ ମନ୍ଦିରର ସ୍ୱପ୍ନକୁ ସାକାର କରିବାରେ କାହାର ସବୁଠାରୁ ବଡ ଭୂମିକା ଥାଏ ତେବେ ତେବେ ଏହା ମୋର ଭାଇ ରାଷ୍ଟ୍ରପତି ନାହାୟାନ୍‌ଙ୍କ ରହିଛି।

ମନ୍ଦିର ଉଦଘାଟନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ଗୋଲାପୀ ଗାମୁଛା ସାଙ୍ଗକୁ ଗୋଲାପୀ ରଙ୍ଗର ପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହା ସହ ସେ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ମନ୍ଦିର ଉଦଘଟାନ କରିଛନ୍ତି। ମନ୍ଦିର ଉଦଘଟାନ କରିବା ପୂର୍ବରୁ ସେ ମନ୍ଦିର ପରିସରରେ ଗଙ୍ଗା ଜଳ ଛିଞ୍ଚନ କରିଥିଲେ। ଏହା ସହ ଭଗବାନ ସ୍ୱାମୀ ନାରାୟଣଙ୍କ ପାଦ ପଦ୍ମରେ ପୁଷ୍ପ ଅର୍ପଣ କରିଥିଲେ।

ସେହିପରି ମନ୍ଦିର ଉଦଘାଟନ ପରେ ହାତୁଡ଼ି ଓ ଛେଣି ବ୍ୟବହାର କରି ପଥରରେ “ବସୁଧୈବ କୁଟୁମ୍ବକମ୍” (ବିଶ୍ୱ ଏକ ପରିବାର) ଶବ୍ଦ ଲେଖିଛନ୍ତି। ଏହା ସହ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣରେ ଜଡିତ ଥିବା ସ୍ୱେଚ୍ଛାସେବୀ ତଥା ପ୍ରମୁଖ ଯୋଗଦାନକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିବାଦନ ଜଣାଇଛନ୍ତି। ଏବଂ ‘ଗ୍ଲୋବାଲ ଆରତୀ’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ମୋଦୀ , ଏହି ଐତିହାସିକ ଉତ୍ସବରେ ସମଗ୍ର ବିଶ୍ୱରେ ୧୨୦୦ BAPS ମନ୍ଦିର ଏକାସାଙ୍ଗରେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା। ତେବେ ମନ୍ଦିର ଉଦଘାଟନ କରିବା ପରେ, ୟୁଏୟୀ ଆଜି ନିଜର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିଛି ଏବଂ ୧୪୦ କୋଟି ଭାରତୀୟଙ୍କ ହୃଦୟ ଜିତିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Get real time updates directly on you device, subscribe now.